Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଙ୍ଗଳା ପାଇଁ ସମ୍ପର୍କ ଭୁଲିଗଲେ ଅବସରପ୍ରାପ୍ତ ଅଫିସର୍ ! କ୍ୟାନ୍ସର ପୀଡ଼ିତ ସ୍ତ୍ରୀକୁ ମାରିଦେଲେ

11/09/2023 at 6:12 PM

ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ରେଣୁ ସିହ୍ନାଙ୍କୁ ବିଭତ୍ସ ହତ୍ୟା। ଅତି ନିର୍ମମ ଭାବେ ହତ୍ୟା କରି ଲୁଚିଥିଲା ଅଭିଯୁକ୍ତ। ବଙ୍ଗଳାରେ ୨୪ ଘଣ୍ଟା ଲୁଚିବା ପରେ ପୋଲିସ ହାବୁଡ଼ରେ ଧରାପଡ଼ିଯାଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ହେଉଛନ୍ତି ତାଙ୍କର ସ୍ୱାମୀ, ଯିଏକି ଜଣେ ଅବସରପ୍ରାପ୍ତ ଅଫିସର। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡାରେ।  

୬୧ ବର୍ଷିୟ ରେଣୁ ସିହ୍ନାଙ୍କୁ ତାଙ୍କ ଭାଇ ୨ ଦିନ ଧରି ଫୋନ କରୁଥିଲେ ବି କେହି ରିସଭ୍ କରୁନଥିଲେ। ହେଲେ ପୋଲିସ ଯେତେବେଳେ ବଳପୂର୍ବକ ପ୍ରବେଶ କରିଥିଲା, ସେତେବେଳେ ରେଣୁ ମୃତଦେହ ବାଥରୁମ୍‌ରୁ ମିଳିଥିଲା। l ତେବେ ଘଟଣା ପରେ ତାଙ୍କ ସ୍ୱାମୀଙ୍କ ଖୋଜ ଭର ମିଳୁନଥିବାରୁ ତାଙ୍କ ଉପରେ ସନ୍ଦେହ କରିଥିଲେ ରେଣୁଙ୍କ ଭାଇ। l ଏହାସହ ଭଉଣୀ-ଭିଣୋଇଙ୍କ ମଧ୍ୟରେ ଥିବା ବିବାଦକୁ ପୋଲିସ ଆଗରେ କହିଥିଲେ।

ଅଧିକ ପଢନ୍ତୁ- ଅଭିନେତ୍ରୀଙ୍କ ଭିଡିଓକୁ ୟୁଟ୍ୟୁବ୍‌ରେ ଅପଲୋଡ୍ କରିବା ଘଟଣା, ଅଭିଯୁକ୍ତ ଯୁବକ ଗିରଫ

ଏହାକୁ ଭିତ୍ତି କରି ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚାରିଆଡେ ଚଢଉ କରିଥିଲା। ତେବେ ସେଇ ବଙ୍ଗଳାର ଏକ ଅପରିତ୍ୟକ୍ତ ଷ୍ଟୋର ରୁମ୍‌ରୁ ଅଭିଯୁକ୍ତ ସ୍ୱାମୀ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।

ପଚରାଉଚରା ବେଳେ ସେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। କହିଛନ୍ତି- ସେ ବଙ୍ଗଳାକୁ ୪କୋଟିରେ ବିକ୍ରି କରିବାକୁ ଯୋଜନା କରିଥିଲେ। ଏପରିକି ସେ ଏନେଇ ଟଙ୍କା ଆଡଭାନ୍ସ ଆଣିଥିବା ବେଳେ କିନ୍ତୁ ପତ୍ନୀ ରେଣୁ ବିକ୍ରି ନେଇ ମନା କରିଦେଇଥିଲେ। ସବୁଠୁ ଦୁଃଖର କଥା ହେଲେ ତାଙ୍କର ପତ୍ନୀ କର୍କଟ ରୋଗରେ ପୀଡିତ ଥିଲେ। କିଛି ଦିନ ତଳେ ସେ କ୍ୟାନ୍ସରରୁ ସୁସ୍ଥ ହୋଇଥିଲେ।

ପ୍ରାଥମିକ ତଦନ୍ତ ବେଳେ ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ ବୋଲି କହିଛି ପୋଲିସ। ଅଭିଯୁକ୍ତକୁ ଧରି କ୍ରାଇମ ସିନ୍‌ ରିକ୍ରିଏସନ କରିଛି ବୋଲିସ।

   Related Posts