ଅଭିବ୍ୟକ୍ତିର ସ୍ୱାଧିନତାର ବି ସୀମା ଅଛି : 'ଥାର୍ଡ ରେଟ ଲୟର' ସ୍ତମ୍ବ ପାଇଁ ମାସେ ଜେଲଦଣ୍ଡ ଭୋଗିବେ ସାମ୍ବାଦିକ, ସୁପ୍ରିମକୋର୍ଟ ଶୁଣାଇଲେ ରାୟ

Published By : Prameya-News7 Bureau | December 18, 2021 IST

ନୂଆଦିଲ୍ଲୀ ୧୮/୧୨: ସୁପ୍ରିମକୋର୍ଟ ଜଣେ କନ୍ନଡ ପତ୍ରିକାର ସମ୍ପାଦକଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି । ସମ୍ପାଦକ ଜଣଙ୍କ ଜଣେ ଓକିଲଙ୍କ ବିରୋଧରେ ଆପତ୍ତିଜନକ ଖବର ପ୍ରକାଶ କରିଥିଲେ । ଏହି ଘଟଣାରେ ତାଙ୍କୁ ଜେଲ ଦଣ୍ଡ ଶୁଣାଯାଇଥିଲା ।

ପ୍ରଧାନ ବିଚାରପତି ଏନଏ ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣିରେ କହିଥିଲେ ଯେ, ଏକ ମାସର କାରାଦଣ୍ଡ ଉଦାର ଦଣ୍ଡ ଅଟେ। ଏହାସହ ସମ୍ପାଦକ ଡି ଏସ ବିଶ୍ୱନାଥ ସେଟ୍ଟିଙ୍କ ଦ୍ୱାରା ଦାଖଲ ଆବେଦନକୁ ମଧ୍ୟ ପୀଠ ଖାରଜ କରି ଦେଇଥିଲେ । କୋର୍ଟ ବିଶ୍ୱନାଥଙ୍କ ଓକିଲଙ୍କୁ କହିଥିଲେ ଯେ, ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ଦିଆଯାଉ । ଏପରିକି ଏହା କି ପ୍ରକାର ସାମ୍ବାଦିକତା ବୋଲି କୋର୍ଟ ପତାରିଥିଲେ । ଗୋଟିଏ ମାସ ବହୁତ କମ୍ ବୋଲି ପୀଠ କହିଥିଲେ ।

ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ ବିଶ୍ୱନାଥ କହିଥିଲେ ଯେ, ଜେଲଦଣ୍ଡ ଗଣମାଧ୍ୟମ ସ୍ୱାଧିନତାର ଉଲ୍ଲଙ୍ଘନ ଅଟେ । ସମ୍ବିଧାନ ୧୯(୧) ଆଧାରରେ ଅଭିବ୍ୟକ୍ତିର ସ୍ୱାଧିନତା ମିଳିଛି । ତେବେ କୋର୍ଟ ସମ୍ବାଦରେ ପରିବେଷଣ ହୋଇଥିବା ଭାଷାକୁ ଜୋର ଦେବା ସହ ଆବେଜଦନକୁ ଖାରଜ କରିଦେଇଥିଲେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ହାଇକୋର୍ଟ କୋର୍ଟ ବିଶ୍ୱନାଥଙ୍କ ଆବେଦନକୁ ଆଂଶିକ ଭାବେ ଅନୁମତି ଦେଇଥିଲେ । ତାଙ୍କର ଏକ ବର୍ଷର ଜେଲଦଣ୍ଡକୁ ୧ ମାସକୁ କମାଇ ଦେଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.