କେରଳର ପ୍ରସିଦ୍ଧ ମନ୍ଦିର ସାବରୀମାଳା ମନ୍ଦିର ମାମଲାର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ
28/09/2018 at 11:13 AM

ଦିଲ୍ଲୀ ୨୮/୯ : କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶ କରିବେ କି ନାହିଁ, ଏନେଇ ଚୂଡାନ୍ତ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ । ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କୁ କେରଳର ଏହି ପ୍ରସିଦ୍ଧ ମନ୍ଦିରରେ ପ୍ରବେଶ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି ଅଗଷ୍ଟ ମାସରେ ରାୟ ସଂରକ୍ଷିତ ରଖିଥିଲେ । ଅଦାଲତ ବିଚାର କରିବେ କି ମହିଳାଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ଦ୍ବାରା ସେମାନଙ୍କୁ ସମ୍ବିଧାନର ଧାରା ୧୪, ୧୫ ଓ ୧୭ ଅଧୀନରେ ମିଳିଥିବା ଅଧିକାରର ଉଲ୍ଲଂଘନ ହୋଇଛି କି ନାହିଁ । ଜୁଲାଇରେ ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ପୂଜାର୍ଚ୍ଚନା କରିବା ନେଇ ମହିଳାଙ୍କର ପୁରୁଷଙ୍କ ସହ ସମାନ ଅଧିକାର ରହିଛି । କେଉଁ ଆଧାରରେ ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷେଧ କରାଯାଇଛି ବୋଲି ପୀଠ ପ୍ରଶ୍ନ କରିଥିଲେ ।