କରୋନା ମୃତକଙ୍କ ଶବସତ୍କାର ହେବ କିପରି ? ଆବେଦନକାରୀଙ୍କ ମାମଲାକୁ ପୁଣି ବମ୍ବେ ହାଇକୋର୍ଟକୁ ପଠାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 04, 2020 IST

ମୁମ୍ବାଇ, ୦୪|୦୫ :  ସୁପ୍ରିମକୋର୍ଟ କରୋନା ଭାଇରସରେ ପ୍ରାଣ ହରାଇଥିବା ମୁସଲିମଙ୍କୁ  କବରସ୍ଥାନରେ କବର ଦେବା ଉପରେ  ରୋକ ଲଗାଇବା ପାଇଁ ଦାଖଲ ହୋଇଥିବା ମାମଲାକୁ ବମ୍ବେ ହାଇକୋର୍ଟକୁ ପଠାଇ ଦେଇଛନ୍ତି । ଜଷ୍ଟିସ୍ ରୋହିଙ୍ଗଟନ୍ ଫଲୀ ନରିମନ୍ ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଭିଡିଓ କନଫେରେନ୍ସିଂ ଜରିଆରେ ଶୁଣାଣି କରିଥିଲେ । ଏହାପରେ ମାମଲାକୁ ପୁଣିଥରେ ବମ୍ବେ ହାଇକୋର୍ଟକୁ ପଠାଇ ଦେଇଥିଲେ । ଏହାସହ ଶୁଣାଣିକୁ ୨ ସପ୍ତାହରେ ସାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

{"id":264555,"width":693,"height":461,"sizeSlug":"large"}

ଖଣ୍ଡପୀଠ କହିଛନ୍ତି ଯେ, ଆବେଦନ କରାଯାଇଥିବା ଦାବିକୁ ଅଗ୍ରାହ୍ୟ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ହାଇକୋର୍ଟ ଏହା ଉପରେ ପୁଣି ଥରେ ବିଚାର କରନ୍ତୁ । ଆବେଦନକର୍ତ୍ତା କହିଥିଲେ ଯେ, କରୋନା ସଂକ୍ରମିତଙ୍କ ମୃତଦେହକୁ ନିଜ ଘର ନିକଟରେ କବର ଦେବା ଉପରେ ରୋକ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । କିନ୍ତୁ ବମ୍ୱେ ହାଇକୋର୍ଟ ଏହାକୁ ଏପ୍ରିଲ ୨୭ରେ ଖାରଜ କରିଦେଇଥିଲେ । ଏହାପରେ ସେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

wp:core-embed/twitter {"url":"https://twitter.com/ANI/status/1257203050503999488?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1257203050503999488\u0026ref_url=https%3A%2F%2Fwww.livehindustan.com%2Fnational%2Fstory-supreme-court-refuses-to-entertain-a-plea-seeking-a-stay-on-burial-of-dead-bodies-of-covid19-victims-at-three-cemeteries-in-mumbai-bandra-west-area-3192565.html","type":"rich","providerNameSlug":"twitter","className":""}
https://twitter.com/ANI/status/1257203050503999488?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1257203050503999488&ref_url=https%3A%2F%2Fwww.livehindustan.com%2Fnational%2Fstory-supreme-court-refuses-to-entertain-a-plea-seeking-a-stay-on-burial-of-dead-bodies-of-covid19-victims-at-three-cemeteries-in-mumbai-bandra-west-area-3192565.html
/wp:core-embed/twitter

ଆବେଦନକର୍ତ୍ତା ଆହୁରି କହିଥିଲେ ଯେ, କବରସ୍ଥାନ ଧନୀମାନେ ରହୁଥିବା ସ୍ଥାନରେ ରହିଛି । ଏଠାରେ କରୋନା ସଂକ୍ରମିତଙ୍କ ମୃତଦେହକୁ କବର ଦେବା ଦ୍ୱାରା ସେହି ଅଞ୍ଚଳର ମାଟି ଓ ପାଣିରେ ମଧ୍ୟ ସଂକ୍ରମଣ ଆଶଙ୍କା ରହିଛି । ଏହାର ପ୍ରଭାବରେ ଆଖପାଖରେ ରହୁଥିବା ଲୋକ ସଂକ୍ରମିତ ହୋଇପାରନ୍ତି ।ତେଣୁ କବରସ୍ଥାନ ବଦଳରେ ଅନ୍ୟ କୌଣସି ସ୍ଥାନରେ ଏହାକୁ ପୋତିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ଆବେଦନ କରିଥିଲେ ।

ଆବେଦନରେ ଆହୁରି ମଧ୍ୟ କୁହାଯାଇଥିଲା ଯେ, ମହାରାଷ୍ଟ୍ର ସରକାର ମାର୍ଚ୍ଚ ୩୦ରେ ଏକ ସର୍କୁଲାର ଜାରି କରି କରୋନା ସଂକ୍ରମିତଙ୍କ ମୃତଦେହକୁ କବର ଦେବା ଉପରେ ରୋଗ ଲଗାଇଥିଲେ । ଏହାକୁ ପୋଡି ଦିଆଯିବ ବୋଲି ସର୍କୁଲାରରେ କୁହାଯାଇଥିଲା । କିନ୍ତୁ ଏପ୍ରିଲ ୯ରେ ସରକାର ପୁଣି ମୃତଦେହକୁ କବର ଦେବାକୁ ଅନୁମତି ଦେଇଥିଲେ । ଏଥିପାଇଁ ୨୦ଟି କବରସ୍ଥାନ ଚିହ୍ନଟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.