ଭିଆରଏସ ନେଉଥିବା କର୍ମଚାରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, କହିଲେ କରିପାରିବେନି ସମାନ ଅଧିକାର ଦାବି

Published By : Prameya-News7 Bureau | February 03, 2023 IST

ନୂଆଦିଲ୍ଳୀ, ୦୩/୦୨: ଅବସର ତାରିଖ ପୂର୍ବରୁ ସ୍ବଇଚ୍ଛାରେ ଚାକିରିରୁ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ସୁପ୍ରିମକୋର୍ଟ କହିଛନ୍ତି ଅବସର ତାରିଖ ପୂର୍ବରୁ ସ୍ବଇଚ୍ଛାରେ ଚାକିରିରୁ ଅବସର ନେଉଥିବା କର୍ମଚାରୀ, ସେବାନିବୃତ ସମୟ ପୂରଣ କରିବା ପରେ ଅବସର ନେଉଥିବା କର୍ମଚାରୀ ସହ ସମାନ ଦାବି କରିପାରିବେ ନାହିଁ। ମୁମ୍ବାଇ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚାଲେଞ୍ଜ କରି ହୋଇଥିବା ଯାଚିକାର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି।

ଏହି ଯାଚିକା ଭିଆରଏସ ନେଉଥିବା କର୍ମଚାରୀ ଦାୟର କରିଥିଲେ। ଯେଉଁମାନଙ୍କୁ ବେତନ ସଂଶୋଧନ ଲାଭରୁ ବଞ୍ଚିତ ରଖାଯାଇଥିଲା। ବିଚାରପତି ଅନିରୁଦ୍ଧ ବୋସ୍‌ ଏବଂ ବିଚାରପତି ଏସ ରବିନ୍ଦ୍ର ଭଟଙ୍କ ପୀଠ କହିଛନ୍ତି ଯେ ମହାରାଷ୍ଟ୍ର ରାଜ୍ୟ ଆର୍ଥିକ ନିଗମ (ଏମଏମଏଫସି) ର ସେହି କର୍ମଚାରୀ ଭିନ୍ନ ସ୍ଥିତିରେ ରହିଛନ୍ତି, ଯେଉଁମାନେ ଭିଆରଏସ୍‌ର ଲାଭବି ନେଇଛନ୍ତି ଆଉ ସ୍ବେଚ୍ଛାକୃତ ଭାବରେ ସେବାକୁ ଛାଡ଼ିଛନ୍ତି।

ପୀଠ କହିଛନ୍ତି ଭିଆରଏସ ନେଉଥିବା କର୍ମଚାରୀ ଏଭଳି ଲୋକଙ୍କ ସହ ସମାନତା ଦାବି କରିପାରିବେ ନାହିଁ ଯେଉଁମାନେ କାର୍ଯ୍ୟକାଳ ପୁରା କରିବା ପରେ ଅବସର ନେଇଛନ୍ତି। ସେ ସେହି ଲୋକଙ୍କ ସହ ସମାନ ଦାବି କରିପାରିବେ ନାହିଁ, ଯେଉଁମାନେ ଲଗାତାର କାମ କରିଛନ୍ତି, ନିଜ କର୍ତ୍ତବ୍ୟ କରିଛନ୍ତି ଏବଂ ଏହା ପରେ ସେବାନିବୃତ ହୋଇଛନ୍ତି। କୋର୍ଟ କହିଛନ୍ତି ଦରମା ସଂଶୋଧନ ସୀମା କେତେ ହେବା ଦରକାର ଏହା କାର୍ଯ୍ୟକାରୀ ନୀତି-ନିର୍ମାଣ କ୍ଷେତ୍ରରେ ଆସୁଥିବା ମାମଲା। ପୀଠ କହିଛନ୍ତି, ଏହା ସାର୍ବଜନିକ ନୀତି କ୍ଷେତ୍ରର ଅଧିକାରୀ ଏବଂ କର୍ମଚାରୀଙ୍କ ବେତନ ସଂଶୋଧନ ସହ ଜଡ଼ିତ।

ନିୟମିତ ଅନ୍ତରରେ ଏହିଭଳି ବେତନରେ ସଂଶୋଧନ ଅନୁଯାୟୀ ଏହା ସୁନିଶ୍ଚିତ କରିବା ତର୍କଯୁକ୍ତ। ସାର୍ବଜନିକ କର୍ମଚାରୀଙ୍କୁ ଯେଉଁ ବେତନ ଏବଂ ଭତ୍ତା ମିଳୁଛି ତାହା ଆଜୀବିକା ସହ ବଢ଼ିଥିବା ଦାମ୍ ଏବଂ ସାମାନ୍ୟ ମୁଦ୍ରାସ୍ଫିତିର ଗତି ସହ ବଜାୟ ରହୁ ଏବଂ ଏହା ସୁନିଶ୍ଚିତ କରାଯାଉ ଯେ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ନପଡ଼ୁ। କୋର୍ଟ କହିଛନ୍ତି ବେତନ ସଂଶୋଧନ ଦ୍ବାରା ସାର୍ବଜନିକ ରୋଜଗାର ପ୍ରତିବଦ୍ଧତା ଏବଂ ସଚ୍ଚୋଟ ଭାବନାକୁ ପ୍ରୋତ୍ସାହିତ କରିବା ଭଳି ଅନ୍ୟ ଉଦ୍ଦେଶ୍ୟ ମଧ୍ୟ ପୁରା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.