ବଂଶଧାରା ଜଳବିବାଦ ପ୍ରସଙ୍ଗ ; ଆଜି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

Published By : Prameya-News7 Bureau | January 21, 2019 IST

ନୂଆଦିଲ୍ଲୀ ୨୧|୧: ଆଜି ସୁପ୍ରିମକୋର୍ଟରେ ବଂଶଧାରା ନଦୀ ଜଳବିବାଦ ଉପରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ ।   ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ   ୨ ଜଣିଆ ଖଣ୍ଡପୀଠ ମାମଲାର ପ୍ରଥମ ଶୁଣାଣି  କରିବେ।   ବଂଶୀଧାରା ଜଳ ବିବାଦକୁ ନେଇ ସେପ୍ଟେମ୍ବର  ୨୦୧୭ରେ  ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା ଦିଆଯାଇଥିବା ଚୁଡାନ୍ତ ରାୟ ବିରୋଧରେ  ଓଡିଶା ସରକାର ଡିସେମ୍ବର ୨୦୧୭ରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ।

{"id":76355}

ତେବେ ବଂଶଧାରା ନଦୀ ଜଳ ବ୍ୟବହାରକୁ ନେଇ ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶକୁ ନେରେଡି ଓ କୋଟ୍ରାଗୋଡରେ ବ୍ୟାରେଜ୍ ନିର୍ମାଣ କରିବାକୁ ଚୁଡାନ୍ତ ରାୟ ଦେଇଥିଲେ ବଂଶଧାରା ଟ୍ରିବ୍ୟୁନାଲ। ଯାହାକୁ ଚ୍ୟାଲେଞ୍ଜ କରି ଓଡିଶା ପକ୍ଷରୁ ସ୍ବତନ୍ତ୍ର ଲିଭ ପିଟିସନ୍ ଡିସେମ୍ବର ୨୦୧୭ରେ ଦାଖଲ କରାଯାଇଥିଲା। ଆଜି ଏହାର  ଶୁଣାଣି କରିବେ ସୁପ୍ରିମକୋର୍ଟ।  ଓଡିଶା ପକ୍ଷରୁ ବରିଷ୍ଟ ଓକିଲ ମୋହନ. ଭି .କାଟକା ଯୁକ୍ତି କରିବେ ।

{"id":76356}

ଅନ୍ୟ ପଟେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ମୁକୁନ୍ଦମ ଶର୍ମାଙ୍କ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ଡିସେମ୍ବର ୨୦୧୮ରେ ପ୍ରକଳ୍ପ ଅଂଚଳ ଗସ୍ତ କରି ବଂଶଧାରା ନଦୀରେ ବନ୍ୟାଜଳର ଗତିପଥ,  ପାରିପାର୍ଶ୍ବିକ ସ୍ଥିତି,  ବିସ୍ତାପିତ ଓ ଓଡିଶାର କ୍ଷତି ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।  ଯାହାର ଶୁଣାଣି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲରେ ମଙ୍ଗଳବାର ଅର୍ଥାତ୍ ୨୨ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.