ସୁପ୍ରିମକୋର୍ଟରେ ମଙ୍ଗଳବାର ମୋକିମ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ; ORHDC ମାମଲାର ଶୁଣାଣି

Published By : Prameya-News7 Bureau | April 23, 2024 IST

କଟକ: ମଙ୍ଗଳବାର ମହମ୍ମଦ ମୋକିମଙ୍କ ଜେଲ୍ ଦଣ୍ଡାଦେଶ ମାମଲାର ଶୁଣାଣି ।  ORHDC ଦୁର୍ନୀତି ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି କଟକ-ବାରବାଟୀ ବିଧାୟକଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୦୨୪   ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ସର୍ବୋଚ୍ଚ ଅଦାଲତଙ୍କ ଫଇସଲାରୁ ସ୍ପଷ୍ଟ ହେବ । ଓଡ଼ିଶା ରୁରାଲ ହଉସିଂ ଡେଭଲପ୍‌ମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ୍ । ତେବେ ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ । ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିଲା, ହେଲେ ଅଦାଲତ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । 

ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ । ହେଲେ ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ORHDC ଦୁର୍ନୀତି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.