ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି : ଆଜି କୋର୍ଟରେ ପୁଣି ହେବ ଶୁଣାଣି, ଜବାବ ଦାଖଲ କରିବେ କେନ୍ଦ୍ର ସରକାର

Published By : Prameya-News7 Bureau | November 25, 2019 IST

ନୂଆଦିଲ୍ଲୀ ୨୫।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ।  ଗତକାଲି ଶିବସେନା-ଏନସିପି ଏବଂ କଂଗ୍ରେସର ଆବେଦନର  ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର ଆଜି  ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବେ । ଶୁଣାଣି ସମୟରେ ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡନଭିସ ଦେଇଥିବା ସମର୍ଥନ ପତ୍ର ଦାଖଲ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି  ସାଢ଼େ ୧୦ଟାରେ ପୁଣି ଏହି ମାମଲାର ଶୁଣାଣି ହେବ ।

{"id":189397,"sizeSlug":"large"}

ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଜାରି ରହିଥିବାବେଳେ  କଂଗ୍ରେସ,ଶିବସେନା ଓ ଏନସିପି ତିନ ଦଳଙ୍କୁ  ଘାରିଛି ବିଜେପିର ଅପରେସନ ଲୋଟସ ଭୟ। ବିଧାୟକଙ୍କ ମଧ୍ୟରେ ବିଦ୍ରୋହକୁ ରୋକିବା ପାଇଁ ଏବଂ ସେମାନେ ଯେପରି ବିଜେପି ନେତାଙ୍କ ପାଲରେ ନ ପଡିବେ ସେଥିପାଇଁ  ବ୍ୟାପକ ବ୍ୟବସ୍ଥା  କରାଯାଉଛି। ଘୋଡା ବେପାର ଭୟରେ ଶିବସେନା ନିଜ ବିଧାୟକମାନଙ୍କୁ ଏବେ ମୁମ୍ବାଇ ଏୟାରପୋର୍ଟ ନିକଟସ୍ଥ  ହୋଟେଲ ଲଲିତରେ ରଖିଛି। କଂଗ୍ରେସ ବିଧାୟକମାନେ ମଧ୍ୟ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲରେ ଡେରା ପକାଇଛନ୍ତି। ଏନସିପି ତାର ବିଧାୟକମାନଙ୍କ ଠିକଣା ବଦଳାଇ ହୋଟେଲ ହୟାତରେ ରଖାଯାଇଛି।

{"id":189398,"sizeSlug":"large"}

ବିଜେପି ମ୍ୟାଜିକ ନମ୍ବର ଜୁଟାଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। କର୍ଣ୍ଣାଟକ ପରି ମହାରାଷ୍ଟ୍ରରେ ଅପରେସନ ଲୋଟସକୁ ସଫଳ କରିବା ପାଇଁ ବିଜେପି ଚାରି ଜଣ ନେତା  ନାରାୟଣ ରାଣେ,ରାଧାକୃଷ୍ଣ ବିଖେ ପାଟିଲ,ଗଣେଶ ନାୟକ ଓ ବବନରାଓ ପଞ୍ଚପୁତେଙ୍କୁ ଫ୍ଲୋର ଟେଷ୍ଟ ପାଇଁ ବହୁମତ ଜୁଟାଇବାର  ଦାୟିତ୍ବ ଦେଇଥିବା କୁହାଯାଉଛି। 

{"id":189399,"width":582,"height":406,"sizeSlug":"large"}

ଅଜିତ ପାୱାରଙ୍କ ଟ୍ୱିଟ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଅଜିତ ପାୱାର ଟ୍ୱିଟ୍ କରି ଲେଖିଛନ୍ତି, ବିଜେପି ଓ ଏନସିପି ମହାରାଷ୍ଟ୍ରକୁ ସ୍ଥିର ସରକାର ଦେଇପାରିବେ । ସେ ଏନସିପିରେ ଅଛନ୍ତି ଓ ଶରଦ ପାୱାରଙ୍କୁ ନେତା ମାନନ୍ତି ବୋଲି ଅଜିତ ଟ୍ୱିଟରର ଲେଖିଛନ୍ତି । ଏହାର ଜବାବ ଟ୍ୱିଟରରେ ଦେଇ ଶରଦ ପାୱାର ଲେଖିଛନ୍ତି ଏନସିପି ଶିବସେନାକୁ ସମର୍ଥନ ଦେଉଛି ଓ ଏହି ନିଷ୍ପତିରୁ ଓହରିବ ନାହିଁ । ବିଜେପିକୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ । ଅଜିତ ମିଛ କଥା କହି ବିଭ୍ରାନ୍ତି କରିବାକୁ ଉଦ୍ୟମ କରୁଥିବା ଟ୍ୱିଟ କରିଛନ୍ତି ଶରଦ ପାୱାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.