କୋଟିଆ ମାମଲାରେ ଆନ୍ଧ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ରାଜନୈତିକ ସମାଧାନ ଉପରେ ଦେଲେ ଜୋର

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬।୧୧: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ଶେଷ ହୋଇଛି । ରାଜନୈତିକ ସମାଧାନ ଉପରେ ପୁଣି ଜୋର୍ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ବେଳେ ଆନ୍ଧ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶାର ବିଭିନ୍ନ ପଦକ୍ଷେପ ଓ ଦୁଇ ରାଜ୍ୟ ଭିତରେ ହୋଇଥିବା  ଆଲୋଚନା ଉପରେ ନିଜ ପକ୍ଷ ରଖିବା ପରେ, ଆନ୍ଧ୍ର ତରଫରୁ ଆଡଭୋକେଟ୍ ନିରଞ୍ଜନ ରେଡ୍ଡି ତର୍କ ରଖିଥିଲେ । ସେ କହିଥିଲେ ଯେହେତୁ  ରାଜ୍ୟ ରାଜନୈତିକ ଆଲୋଚନା କରୁଛନ୍ତି ତେଣୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଦିଆଯାଇଥିବା କୋର୍ଟ ଅବମାନନା ନୋଟିସକୁ ପ୍ରତ୍ୟାହାର କରାଯାଉ ।

ସୁପ୍ରିମକୋର୍ଟ ସିଧାସଳଖ ଆନ୍ଧ୍ରର ଆଇନଜୀବୀଙ୍କ ଜବାବକୁ ଖାରଜ କରିଥିଲେ । ସୁପ୍ରିମକୋର୍ଟ ଦର୍ଶାଇଥିଲେ ଯେ, କୋର୍ଟ ଅବମାନନା ଏକ ଗୁରୁତର ପ୍ରସଙ୍ଗ ଏହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ । କୋର୍ଟର ଗମ୍ଭୀର ଅବମାନନା ହୋଇଛି । ତେଣୁ ଓଡ଼ିଶା ଦାଖଲ କରିଥିବା କୋର୍ଟ ଅବମାନନା ମାମଲାକୁ ଖାରଜ କରାଯିବନାହିଁ । ଯଦି ଏହାର ରାଜନୈତିକ ସମାଧାନ ବାହାର କରାଯାଏ ତେବେ ଆମେ ଓଡ଼ିଶା ଦ୍ଵାରା ଦାଖଲ ହୋଇଥିବା କୋର୍ଟ ଅବମାନନା ନୋଟିସ୍ ଉପରେ ନିର୍ଦ୍ଦେଶ ଦେବୁ । ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.