scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଲେଜିୟମକୁ ନେଇ ସରକାରଙ୍କ ଉପରେ ପୁଣି ଅସନ୍ତୁଷ୍ଟ ସୁପ୍ରିମକୋର୍ଟ, କହିଲେ- କାହିଁକି ଅଟକାଇଛନ୍ତି ୮୦ ଫାଇଲ୍‌ ?

26/09/2023 at 6:49 PM

ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ଥରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଟିପ୍ପଣୀ କରିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଏପର୍ଯ୍ୟନ୍ତ କାହିଁକି ହାଇକୋର୍ଟଙ୍କ ସୁପାରିଶକୁ କଲେଜିୟମକୁ ପଠାଇନାହାଁନ୍ତି। ବିଚାରପତିଙ୍କ ନାଁକୁ କେନ୍ଦ୍ର ମଞ୍ଜୁରୀ ଦେବାର ବିଳମ୍ବ କରୁଥିବା ଯାଚିକାର ଶୁଣାଣି କରି ମଙ୍ଗଳବାର ବିଚାରପତି ସଞ୍ଜୟ କିଶନ କୌଲ ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ପୀଠ କହିଛନ୍ତି ଏହି ମାମଲାରେ ତୀକ୍ଷ୍ନ ନଜର ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ବିଚାରପତି କୌଲ କେନ୍ଦ୍ର ସରକାରଙ୍କ ସିଧା ସମ୍ବୋଧନ କରି କହିଛନ୍ତି, ‘‘ ହାଇକୋର୍ଟ ସୁପାରିଶ କରିଥିିବା ୮୦ ନାଁ ୧୦ ମାସରୁ ବିଳମ୍ବିତ ହୋଇ ରହିଛି। କେବଳ ଏକ ମୌଳିକ ପ୍ରକ୍ରିୟା ରହିଛି ଯାହା କରାଯିବ। ଆପଣଙ୍କ ଦୃଷ୍ଟିକୋଣ ଜାଣିବା ଦରକାର ଯାହାଦ୍ବାରା କଲେଜିୟମ ନିର୍ଣ୍ଣୟ ନେଇପାରିବ।’’ ପୀଠ କହିଛନ୍ତି ଏଭଳି କରିବା ଫଳରେ ୨୬ ବିଚାରପତିଙ୍କ ବଦଳି ଏବଂ ‘‘ସମ୍ବେଦନଶୀଳ ହାଇକୋର୍ଟ’’ରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ମଧ୍ୟ ବିଳମ୍ବିତ ରହିଛି।’’

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟ କଲେଜିୟମଙ୍କ ବଦଳି ପ୍ରସ୍ତାବରେ ଗୁଜରାଟ ହାଇକୋର୍ଟଙ୍କ ଜଜ୍, ରାହୁଲ ଗାନ୍ଧିଙ୍କ ଦଣ୍ଡରେ ରୋକ ଲଗାଇବାକୁ କରିଥିଲେ ମନା

ସମୟ ମାଗିଲେ ଆଟର୍ଣ୍ଣି ଜେନେରାଲ:

ଜଷ୍ଟିସ୍‌ କୌଲ କହିଛନ୍ତି ‘‘ମୋ ପାଖରେ ଏକଥାର ସୂଚନା ରହିଛି ଯେ, କେତେ ନାଁ ବିଳମ୍ବିତ ରହିଛି। ଏହି ନାଁ ସବୁକୁ ହାଇକୋର୍ଟ ସୁପାରିଶ କରିଛନ୍ତି କିନ୍ତୁ କଲେଜିୟମରୁ ସୁପାରିଶ ମିଳିନାହିଁ। ଏହା ଉପରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଜବାବ ରଖିବା ପାଇଁ ଏକ ସପ୍ତାହ ସମୟ ମାଗିଛନ୍ତି।

ପୀଠ ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ଏବଂ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଦସ୍ତାବିଜ୍‌ ସହ ଉପସ୍ଥିତ ହେବାକୁ କହିଛନ୍ତି । ଏବେ ଏହି ମାମଲାର ଶୁଣାଣି ଅକ୍ଟୋବର ୯ରେ ହେବ। କଡ଼ା ଟିପ୍ପଣୀ କରି ଜଷ୍ଟିସ୍‌ କୌଲ କହିଛନ୍ତି ‘‘କହିବାକୁ ବହୁତ କିଛି ଅଛି, କିନ୍ତୁ ମୁଁ ମୋ ନିଜକୁ ଅଟକାଉଛି। ମୁଁ ଚୁପ୍‌ ରହିଛି କାରଣ ଏଜି ଜବାବ ଦେବାକୁ ଏକ ସପ୍ତାହର ସମୟର ମାଗିଛନ୍ତି, କିନ୍ତୁ ଆଗାମୀ ତାରିଖରେ ଚୁପ୍‌ ରହିବିନି।’’

ଆହୁରି ପଢ଼ନ୍ତୁ: ବଦଳିବେ ୨୩ ହାଇକୋର୍ଟର ବିଚାରପତି; ସୁପାରିସ୍ କଲା ସୁପ୍ରିମକୋର୍ଟ କଲେଜିୟମ

ସୁପ୍ରିମକୋର୍ଟ ଏବଂ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ଏକ ପ୍ରମୁଖ ପ୍ରସଙ୍ଗ:

ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଏବଂ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ଏକ ପ୍ରମୁଖ ପ୍ରସଙ୍ଗ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ଯୁକ୍ତି ରହିଛି ଚୟନରେ ସରକାରଙ୍କ ଭୂମିକା ରହିବା ଦରକାର। ସୂଚନାଥାଉକି, ୨୦୧୫ ଅକ୍ଟୋବରରେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି ଅଧିନିୟମକୁ ରଦ୍ଦ କରିଥିଲେ। ଯଦି ଏହି ଅଧିନିୟମ ରହିଥାନ୍ତା ତେବେ ବିଚାରପତିଙ୍କ ନିଯୁକ୍ତିରେ କାର୍ଯ୍ୟପାଳିକାର ବଡ଼ ଭୂମିକା ରହିଥାନ୍ତା।

କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଗତ ବର୍ଷ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଟିପ୍ପଣୀ ପ​‌ରେ ବଢ଼ିଯାଇଥିଲା। ଯେଉଁଥିରେ ସେ କହିଥିଲେ ଯେ କିଭଳି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଆଇନ୍‌କୁ ନିଷ୍କ୍ରିୟ କରିଦେଇଛି।

   Related Posts