ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ମଧ୍ୟବର୍ତ୍ତିକାଳୀନ ରାୟରେ ଏହି ୨୨ ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ/ପୁରୀ ୦୪।୧୧-  ଶ୍ରୀମନ୍ଦିର ସଂସ୍କାର ଜନିତ ମଧ୍ୟବର୍ତ୍ତିକାଳୀନ ରାୟ ଆସିଛି । ଏହି ରାୟରେ ସୁପ୍ରିମ୍‌କୋର୍ଟ ୨୨ ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କ ନିଯୁକ୍ତି, ଦର୍ଶନ ଲାଗି ଆସୁଥିବା ୬୦ ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ, ସହରର  ନାଳ ନର୍ଦ୍ଦମା ପାଣି ପାଇଁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବସାଇବା ଭଳି ନିର୍ଦ୍ଦେଶ ରହିଛି ।

ଶ୍ରୀମନ୍ଦିରର ସଂସ୍କାର ନେଇ ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମଧ୍ୟବର୍ତ୍ତିକାଳୀନ ରାୟରେ ସୁପ୍ରିମ୍‌କୋର୍ଟ ୨୨ଟି  ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୨ ଜଣିଆ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶରେ ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ କହିଛନ୍ତି । ସେହିଭଳି ଦର୍ଶନ ଲାଗି ଆସୁଥିବା ୬୦ ହଜାର ଭକ୍ତଙ୍କ ପାଇଁ ରହିବା ବନ୍ଦୋବସ୍ତ କରିବାକୁ କୁହାଯାଇଛି ।

{"id":179208}

 ମନ୍ଦିର ଓ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବା, ଶ୍ରୀ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା କରିବା ଆଦି ଅନ୍ତର୍ଭୁକ୍ତ । ଭାରତ ବର୍ଷରେ ଯେଉଁଠି ବି ଜଗନ୍ନାଥଙ୍କ ସଂମ୍ପତ୍ତି ରହିଛି ତାହାର ତାଲିକା କରିବାକୁ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ସମ୍ପତ୍ତିର ଆୟ କଣ ରହିଛି ଏହାର ତାଲିକା ମଧ୍ୟ କରିବାକୁ କୋର୍ଟ କହିଛନ୍ତି।

{"id":179209}

ସେହିପରି ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ଏକ ମାମଲାରେ ମନ୍ଦିର ପ୍ରଶାସନ ଫାଇନ ଆକାରରେ ସୁପ୍ରିମ୍‌କୋର୍ଟଙ୍କୁ ୬.୫ କୋଟି ଟଙ୍କା ପ୍ରଦାନ କରିବେ।  ଏହି ଅର୍ଥକୁ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ଏବଂ ଏଥିରେ ରାଜ୍ୟ ସରକାର ଏକ ସ୍କୁଲ ନିର୍ମାଣ କରିବାକୁ ରାୟରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  

{"id":179210}

ସେହିଭଳି ଗତଥର ଠାକୁରଙ୍କ ନୀତି ବିଳମ୍ବ ମାମଲାରେ ଯେଉଁ ସେବାୟତ ନୀତି ବିଳମ୍ବ କରିଥିଲେ ସେମାନଙ୍କ ବିରୋଧରେ ମନ୍ଦିର ପ୍ରଶାସନ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

{"id":179211}

ଶ୍ରୀମନ୍ଦିର ସଂସ୍କାର ମାମଲାରେ ନିଯୁକ୍ତ ଆମିକସ୍‌ କ୍ୟୁରୀ ରଣଜିତ କୁମାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ଉପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

{"id":179212}

କୋର୍ଟଙ୍କ ଏହି ମଧ୍ୟବର୍ତ୍ତିକାଳୀନ ରାୟରେ ଶ୍ରୀମନ୍ଦିରର ଅନେକ ସଂସ୍କାର ଆସିବ ବୋଲି ଆଶା କରାଯାଉଛି ।

{"id":179213}

ତେବେ କୋର୍ଟଙ୍କ ପୂର୍ଣ୍ଣାଙ୍ଗ ରାୟ କେବେ ପ୍ରକାଶ କରିବେ ତା ଉପରେ ନଜର ରହିଥିବା ବେଳେ ଏହି ୨୨ ଟି ନିର୍ଦ୍ଦେଶନାମାକୁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କିଭଳି ପାଳନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

{"id":179214}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.