ଲକ୍ଷ୍ମୀପୁରଖେରୀ ହିଂସା ଘଟଣା, ଅଶିଷ୍ ମିଶ୍ରାକୁ ଅନ୍ତରୀଣ ଜାମିନ୍, ୟୁପି ଓ ଦିଲ୍ଲୀରେ ରହିବାକୁ ବାରଣ

Published By : Prameya-News7 Bureau | January 25, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରଖେରୀ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମିଳିଲା ଜାମିନ୍ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ୍ ମିଶ୍ରାକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୮ସପ୍ତାହ ସର୍ତ୍ତ ସହିତ ଜାମିନ୍ ମଞ୍ଜୁରୀ କରିଛନ୍ତି ସର୍ବୋଚ୍ଚ ଅଦାଲତଙ୍କ ୨ଜଣିଆ ଖଣ୍ଡପୀଠ । ଆଶିଷ୍ ମିଶ୍ରାଙ୍କୁ ଦିଲ୍ଲୀ ଏବଂ ୟୁପିରେ ରହିବାକୁ ବାରଣ କରିଛନ୍ତି କୋର୍ଟ ।

ବୁଧବାର ସୁପ୍ରିମକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ଆଶିଷ୍ ମିଶ୍ରାକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜେ.କେ ମାହେଶ୍ବରୀ ଜାମିନ ପାଇଁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । କୋର୍ଟ ୮ସପ୍ତାହ ପାଇଁ ଜାମିନ୍ ମଞ୍ଜୁରୀ କରିଥିବା ବେଳେ ଆଶିଷଙ୍କୁ ଦିଲ୍ଲୀ ଓ ୟୁପିରେ ରହିବା ଉପରେ ରୋକ୍ ଲଗାଇଛନ୍ତି । ଏହି ଦୁଇଟି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନରେ ରହିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ମାମଲାରେ ସମ୍ପୃକ୍ତି ଥିବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ତୁରନ୍ତ  ଜାମିନ୍ ଖାରଜ୍ ହେବ ବୋଲି କହିଛନ୍ତି କୋର୍ଟ। ଜାନୁଆରୀ ୧୯ ତାରିଖରେ ସୁପ୍ରିମ କୋର୍ଟ ଯାଞ୍ଚିକାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ଆଶିଷ୍ ମିଶ୍ରାଙ୍କ ଉପରେ ହତ୍ୟା ଅଭିଯୋଗ ଲାଗିଛି । ପୂର୍ବରୁ ଆଶିଷ୍ ମିଶ୍ରଙ୍କ ଜାମିନକୁ ବିରୋଧ କରିଥିଲେ ୟୁପି ସରକାର ।  ଏହା ଏକ ଗମ୍ଭୀର ମାମଲା ଅପରାଧୀଙ୍କୁ ଜାମିନ୍ ମଞ୍ଜୁରୀ ମିଳିଲେ ସମାଜ ଉପରେ ଏହାର କୁପ୍ରବାଭ ପଡ଼ିବ ବୋଲି କହିଥିଲେ । ଆଶିଷ୍ ମିଶ୍ରାଙ୍କ ପକ୍ଷରୁ ସିନିୟର ଆଇନଜୀବୀ ମୁକୁଲ ରୋହତୋଗୀ ଜାମିନ୍ ପ୍ରଦାନ ପାଇଁ ଯୁକ୍ତି ଦର୍ଶାଇଥିଲେ । ଅଭିଯୁକ୍ତଙ୍କ ଅପରାଧୀକ ପୃଷ୍ଠଭୂମି ନାହିଁ । ସେ ଜଣେ ପେସାଦାର ଅପରାଧୀ ନୁହନ୍ତି, ତେଣୁ ତାଙ୍କୁ ଜାମିନ୍ ପ୍ରଦାନ କରାଯାଉ କୋର୍ଟଙ୍କୁ ଅନୁରୋଧ କରିଥିଲେ ଓକିଲ ।

୨୦୨୧ ଅକ୍ଟୋବର ୩ତାରିଖରେ ଉପ-ମୁଖ୍ୟମନ୍ତ୍ରୀ କେ.ପି ମୌର୍ଯ୍ୟଙ୍କ ରାଲିକୁ ବିରୋଧ କରି ଲକ୍ଷ୍ମୀପୁରଖେରୀରେ ଚାଷୀ ସମାଗମ ହୋଇଥିଲା । ଏହି ସମୟରେ ଏକ ଥାର୍‌ ଏସୟୁଭି ଗାଡ଼ିରେ ୪ଜଣ ଚାଷୀଙ୍କୁ ଚଢ଼ାଇ ଦେଇଥିଲା । ଏହି ଗାଡ଼ିରେ ଅଭିଯୁକ୍ତ ଆଶିଷ୍ ମିଶ୍ରା ଗାଡ଼ିରେ ବିସିଥିଲେ । ଏହି ଘଟଣାରେ ଆଶିଷ୍ ମିଶ୍ରାଙ୍କ ସମେତ ୧୩ଜଣଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.