Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିସ୍ତା ସୀତଲୱାଡଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ, ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ

2/09/2022 at 4:37 PM

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ସାମାଜିକ କର୍ମୀ ତିସ୍ତା ସୀତଳୱାଡଙ୍କୁ ବଡ଼ ଆଶ୍ୱସ୍ତୀ ଦେଇଛନ୍ତି । ଏହି ମାମଲାରେ ଗିରଫ ତିସ୍ତାଙ୍କୁ ସର୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୨୦୦୨ ଗୁଜରାଟ ଦଙ୍ଗା ମାମଲାର ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ପାଇଁ ତିସ୍ତା କଥିତ ରୂପେ ଦସ୍ତାବିଜ ପ୍ରସ୍ତୁତ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ।

ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ତିସ୍ତା ସୀତଲୱାଡଙ୍କୁ କହିଛନ୍ତି । ଏହାସହ ତିସ୍ତାଙ୍କୁ ନିଜର ପାସପୋର୍ଟ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସେ ଏହି ମାମଲାରେ କେବଳ ଅନ୍ତରୀଣ ଜାମିନ ଦୃଷ୍ଟିକୋଣରୁ ବିଚାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ତିସ୍ତା ସୀତଲୱାଡ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ତଳ କୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। ତଳ କୋର୍ଟ ଏବଂ ଗୁଜରାଟ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ନଥିଲେ । ତିସ୍ତା ସୀତଲୱାଡଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଯୁକ୍ତ ରଖିଥିଲେ ଯେ, ତାଙ୍କ ବିରୋଧରେ ରୁଜୁ ମାମଲା ଜୁନ ୨୪ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସହ ଶେଷ ହୋଇଥିବା କାର୍ଯ୍ୟ ଛଡା ଅନ୍ୟ କିଛି ନୁହେଁ।

କପିଲ ସିବ୍ବଲ କହିଛନ୍ତି, ତିସ୍ତା ସୀତଲୱାଡ ଗତ ଦୁଇ ମାସରୁ ଅଧିକ ସମୟ ଯାଏଁ ଜେଲରେ ଅଛନ୍ତି ଏବଂ ଉଚ୍ଚ ନ୍ୟାୟାଳୟରେ ଥିବା ମୂଳ ଆବେଦନ ବିଚାରଧୀନ ସମୟରେ ଅନ୍ତରୀଣ ଜାମିନ ପାଇବା ପାଇଁ ହକଦାର ଅଟନ୍ତି । ତିସ୍ତା ସୀତଲୱାଡଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟ ହାଇକୋର୍ଟ ସେପ୍ଟେମ୍ୱର ୧୯ରେ ତିସ୍ତା ସୀତଲୱାଡଙ୍କ ଜାମିନ ଉପରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ।

   Related Posts