ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ବାବା ରାମଦେବଙ୍କର ବୁଡିଗଲା ୨,୩୦୦ କୋଟି ଟଙ୍କା, ଜାଣନ୍ତୁ କିପରି?

Published By : Prameya-News7 Bureau | February 28, 2024 IST

ମୁମ୍ବାଇ ୨୮।୨: ସୁପ୍ରିମକୋର୍ଟ ବାବା ରାମଦେବଙ୍କ କମ୍ପାନୀ ‘ପତଞ୍ଜଳି’କୁ ବଡ଼ ଝଟକା ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ବୁଧବାର ସକାଳେ ପତଞ୍ଜଳି ଫୁଡସ୍ ସେୟାରରେ ପାଖାପାଖି ୪ ପ୍ରତିଶତ ହ୍ରାସ ଦେଖାଯାଇଛି। ଔଷଧ ବିଜ୍ଞାପନରେ ‘ଭ୍ରମାତ୍ମକ ଦାବି’ ନ କରିବା ପାଇଁ ନିଜ ପ୍ରତିଶ୍ରୁତିରୁ ଓହରିଯିବାରୁ ସୁପ୍ରିମକୋର୍ଟ ମଙ୍ଗଳବାର ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଅବମାନନା ନୋଟିସ୍  ଜାରିକରିଛନ୍ତି। ଯାହାର ପ୍ରଭାବ ବୁଧବାର ସେୟାର ବଜାରରେ ଦେଖାଯାଇଛି।

ମାତ୍ର ୧୦୫ ମିନିଟ୍‌ରେ ରାମଦେବଙ୍କ କମ୍ପାନୀର ପାଖାପାଖି ୨,୩୦୦କୋଟି ଟଙ୍କା କ୍ଷତି ହୋଇଯାଇଛି। କମ୍ପାନୀର ସେୟାରରେ ହ୍ରାସ ଯୋଗୁ ଭାଲ୍ୟୁଏସନରେ ମଧ୍ୟ ହ୍ରାସ ଦେଖାଯାଇଛି। ୧୦୫ ମିନିଟର ବ୍ୟବସାୟୀକ ଅଧିବେଶନ କାଳରେ ରାମଦେବଙ୍କ କମ୍ପାନୀ ପାଖାପାଖି ୨,୩୦୦ କୋଟି ଟଙ୍କା କ୍ଷତିରେ ପଡିଛି। ଦିନକ ପୂର୍ବରୁ କମ୍ପାନୀର ଭାଲ୍ୟୁଏସନ ୫୮,୬୫୦.୪୦ କୋଟି ଟଙ୍କା ଥିଲା। ଯାହା ବୁଧବାର ପୂର୍ବାହ୍ନ ୧୧ଟା ସୁଧା ୫୬,୩୫୫.୩୫ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଏହାର ଅର୍ଥ କମ୍ପାନୀର ମୂଲ୍ୟାୟନରେ ୧୦୫ ମିନିଟ୍‌ରେ ୨,୨୯୫.୦୫ କୋଟି ଟଙ୍କା ହ୍ରାସ ହୋଇଛି। ବର୍ତ୍ତମାନ କମ୍ପାନୀର ଭାଲ୍ୟୁଏସନ ୫୬,୪୭୧.୨୦ ଟଙ୍କା ରହିଛି।

{"id":914921,"width":839,"height":554,"sizeSlug":"full","linkDestination":"none"}

ସୁପ୍ରିମକୋର୍ଟ ପତଞ୍ଜଳିକୁ ହୃଦୟରୋଗ ଓ ଅସ୍ଥମା ଭଳି ରୋଗର ଚିକିତ୍ସା ଦାବି କରୁଥିବା ଉତ୍ପାଦର ପ୍ରୋତ୍ସାହନକୁ ମଧ୍ୟ ରୋକି ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ଦ୍ୱାରା ଉପସ୍ଥାପିତ ପ୍ରମାଣ ପରେ ଆସିଛି। ଶୁଣାଣି ବେଳେ କୋର୍ଟ ପତଞ୍ଜଳିକୁ ପୂର୍ବ ଆଦେଶ ଉଲ୍ଲଂଘନ କରିଥିବାର ଜାଣିବାକୁ ପାଇଥିଲେ। ଯେଉଁଥିରେ ପତଞ୍ଜଳିକୁ ଭ୍ରମାତ୍ମକ ବିଜ୍ଞାପନର ପ୍ରସାର କରିବା ଓ ଭ୍ରମାତ୍ମକ ଦାବି କରିବାକୁ କୋର୍ଟ ରୋକ ଲଗାଇଥିଲେ।

ତେବେ ସେହି ଦିନ ପତଞ୍ଜଳି ଏକ ନିୟାମକୀୟ ଫାଇଲିଂରେ ଭାରତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ପତଞ୍ଜଳି ଫୁଡସ୍ ଲିମିଟେଡ ସମ୍ପର୍କିତ ନୁହେଁ ବୋଲି କହିଥିଲା। ତେବେ କୋର୍ଟଙ୍କ ମଙ୍ଗଳବାର ନିଷ୍ପତ୍ତି ପରେ ବୁଧବାର ବଜାରରେ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। ତଥ୍ୟ ମୁତାବକ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ)ରେ ପତଞ୍ଜଳି ଫୁଡସ୍ ସେୟାରରେ ପାଖାପାଖି ୪ ପ୍ରତିଶତ ହ୍ରାସ ହୋଇଛି। ଫଳରେ କମ୍ପାନୀର ସେୟାର ୧୫୫୬ଟଙ୍କା ଦରକୁ ଚାଲିଆସିଛି। ତେବେ ଏହାର ଦିନକ ପୂର୍ବରୁ କମ୍ପାନୀର ସେୟାର ମୂଲ୍ୟ ୧୬୨୦.୨୦ରେ ବନ୍ଦ ହୋଇଥିଲା। ତେବେ ବୁଧବାର ସକାଳେ କମ୍ପାନୀର ସେୟାର ହ୍ରାସ ସହ ୧୫୬୨.୦୫ ରେ ଖୋଲିଥିଲା। ଏବେ କମ୍ପାନୀର ସେୟାର ୫୪.୨୫ ପଇସା ଅର୍ଥାତ ୩ଟଙ୍କା ୩୫ ପଇସା ହ୍ରାସ ସହିତ ୧୫୬୫.୯୫ ପଇସାରେ କାରବାର କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.