ଆଉ ଦୁଇ ନୂଆ ବିଚାରପତିଙ୍କ ନାମକୁ ମିଳିଲା ମଞ୍ଜୁରୀ, ସଂପୂର୍ଣ୍ଣ ହେଲା ସୁପ୍ରିମକୋର୍ଟ ଫୋରମ୍‌

Published By : Prameya-News7 Bureau | February 10, 2023 IST

ନୂଆଦିଲ୍ଳୀ, ୧୦/୦୨: ସୁପ୍ରିମକୋର୍ଟରେ ଆଉ ଦୁଇ ବିଚାରପତି ନିଯୁକ୍ତି ସୁପାରିଶକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସୁପ୍ରିମକୋର୍ଟ କଲେଜିୟମ ତରଫରୁ ଉଭୟଙ୍କ ନାମ ସୁପାରିଶ କରାଯାଇଥିଲା। ଆଉ ଉଭୟଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ଲଗାଇଛନ୍ତି। ଏହି ଦୁଇ ବିଚାରପତିଙ୍କ ନିଯୁକ୍ତ ସହ ସୁପ୍ରିମକୋର୍ଟ ଫୋରମ୍ ପୂରଣ ହୋଇଛି। ସୁପ୍ରିମକୋର୍ଟରେ ସମୁଦାୟ ୩୪ ଜଜ୍‌ ପଦ ରହିଛି ଆଉ ଏବେ ସବୁ ପଦ ପୂରଣ ହୋଇଛି।

ଗତ ସପ୍ତାହରେ ସରକାର ସୁପ୍ରିମକୋର୍ଟରେ ୫ ନୂଆ ଜଜ୍‌ଙ୍କ ନାମକୁ ମଞ୍ଜୁରୀ ଦେଇଥିଲେ। ଏହି ୫ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟଙ୍କ ସମୁଦାୟ ବିଚାରପତି ସଂଖ୍ୟା ୩୨ ରେ ପହଞ୍ଚିଥିଲା। ଆଉ ଶୁକ୍ରବାର ଆଉ ୨ ବିଚାରପତିଙ୍କ ନିଯୁକ୍ତ ହେବା ଫଳରେ ଏ​‌ବେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୪ ରେ ପହଞ୍ଚିଛି। ଏବେ ସୁପ୍ରିମକୋର୍ଟରେ ବିଚାରପତି ପଦରେ ଖାଲି ନାହିଁ।

wp:embed {"url":"https://twitter.com/ANI/status/1623913323287965697?s=20\u0026t=IDX00pnh12SOF7h2ltw_oQ","type":"rich","providerNameSlug":"twitter","responsive":true}
https://twitter.com/ANI/status/1623913323287965697?s=20&t=IDX00pnh12SOF7h2ltw_oQ
/wp:embed

ଦୁଇମାସର ଧରି ବିବାଦୀୟ ପରିସ୍ଥିତି ପରେ ସରକାର ୫ ଜଜ୍‌ଙ୍କୁ ନାମକୁ ମଞ୍ଜୁର କରିଥିଲେ। ଗତ ଶନିବାର ନାମର ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ସେମାନେ ସୋମବାର ଶପଥ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସରକାରଙ୍କ ତରଫରୁ ଅନେକ ଥର ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.