ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ : ଆଇନ ଅନୁସାରେ ଉଚ୍ଛେଦ କର, ଅଧିକ କ୍ଷତିପୂରଣ ଦିଅ

Published By : Prameya-News7 Bureau | September 17, 2019 IST

ପୁରୀ୧୭|୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର  । ସେପଟେ  ପୁରୀ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ସଂପର୍କିତ ରିପୋର୍ଟ ପ୍ରଦାନ କରିବାକୁ ଆମିକସ୍ କ୍ୟୁରି  ଯେଉଁ ୨ ସପ୍ତାହ ସମୟ ମାଗିଥିଲେ ସେହି ସମୟ ଦେଇଛନ୍ତି କୋର୍ଟ ।……

{"id":159089}

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ପୁରୀରେ ଉଛେଦ କାମ ଆଇନ ଅନୁସାରେ କରିବାକୁ କହିଛନ୍ତି ସର୍ବୋର୍ଚ୍ଚ ନ୍ୟାୟାଳୟ । ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତ ପକ୍ଷଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଲୋକମାନଙ୍କୁ ସର୍ବାଧିକ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶ୍ରୀମନ୍ଦିର ସଂସ୍କାର ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଥିଲେ ଆମିକସ କ୍ୟୁରି ରଣଜିତ୍‌ କୁମାର । ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି।  ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ସହ ଓଡିଶା ଏଜି ଅଶୋକ ପରିଜାଙ୍କୁ ଇଣ୍ଟରକଣ୍ଟିନେଟାଲ ଲୟର୍ସ ଆସୋସିଏସନର ଓକିଲ ଦେବାଶିଷ ମିଶ୍ରଙ୍କୁ ପୁରୀ ଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

{"id":159090}

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଛେଦ ଚାଲିଥିବା ବେଳେ ବାକି ସ୍ଥାନରେ ସର୍ଭେ ଚାଲିଛି ।  ଗତକାଲି ସିଂହଦ୍ବାର ଅଞ୍ଚଳରେ ମାପଚୁପ କରାଯାଇଥିବା ବେଳେ ଆଜି ପଶ୍ଚିମ ଓ ଉତ୍ତର ଦ୍ବାରର ସର୍ଭେ କାର୍ଯ୍ୟ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ନବନିଯୁକ୍ତ ୫ ଜଣ ଆଇଏଏସଙ୍କ ଉପସ୍ଥିତିରେ ଏହି ସର୍ଭେ କାର୍ଯ୍ୟ କରାଯାଇଛି । ପ୍ରାୟ ୧୫ରୁ ଅଧିକ କର୍ମଚାରୀ ଏହି ମାପଚୁପ କାର୍ଯ୍ୟରେ ସାମିଲ ହୋଇଛନ୍ତି ।ସର୍ଭେ ଓ ମାପଚୁପ କାର୍ଯ୍ୟ ଶେଷ ହେବାପରେ ଉଛେଦ ପ୍ରକ୍ରିୟା ଚାଲିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

{"id":159091}

ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କରିବାକୁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ପରେ ସ୍ଥିତି ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଚଳିତ ମାସ ୬ ଓ ୭ରେ ଆମିକସ କ୍ୟୁରୀ ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦୁଇ ଦିନିଆ ପୁରୀ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଥିଲେ ।

{"id":159092}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.