'ଏହା ଶେଷ ସୁଯୋଗ'; ଅଫିସ୍ ଖାଲି କରିବାକୁ ଆପ୍‌କୁ ସୁପ୍ରିମକୋର୍ଟରୁ ୨ ମାସ ମହଲତ

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିକୁ ‘ସୁପ୍ରିମ୍’ ଆଶ୍ବସ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦଳକୁ ୨ ମାସ ପାଇଁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆପ୍ ମୁଖ୍ୟାଳୟ ଖାଲି କରିବାକୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଦେଇଥିବା ସମୟ ସୀମାକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ ଅଦଲତ । ଅଫିସ୍ ଖାଲି କରିବାକୁ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି କୋର୍ଟ ଏବଂ ଏହା ଅନ୍ତିମ ସୁଯୋଗ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ତାରିଖ ବଢ଼ାଇବା ପରେ  ଆମ୍ ଆଦମୀ ପାର୍ଟିକୁ ଅତିରିକ୍ତ ସମୟ ମିଳିଯାଇଛି ।  

ସୋମବାର ସୁପ୍ରିମକୋର୍ଟ ଛାଡ଼ୁ ଦଳର ସମୟ ବୃଦ୍ଧି ଆବେଦନକୁ ଶୁଣାଣି କରିଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଜୁନ ୧୫ ତାରିଖରେ ଅଫିସ୍ ଖାଲି କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହାକକୁ ଚ୍ୟାଲେଞ୍ଜ କରି ଆପ୍ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଆଜି ମାମଲାର ଶୁଣାଣି କରି ରାଜନୈତିକ ପାର୍ଟିକୁ ଆନ୍ତିମ ସୁଯୋଗ ଦେଉଛନ୍ତି । କୋର୍ଟ କହିଛନ୍ତି, ସତ୍ୟପାଠ ଆପଣଙ୍କୁ ଏକ ଶପଥ ପତ୍ର ଦିଆଯିବ ଏବଂ ଅଗଷ୍ଟ ୧୦ ତାରିଖ ସୁଦ୍ଧା ସମ୍ପତ୍ତି ହସ୍ତାନ୍ତର କରାଯିବ ।   

ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହଟ୍ଟାଙ୍କ ଅବକାଶକାଳୀନ ଖଣ୍ଡପୀଠ ଆପ୍ ଆଦମୀ ପାର୍ଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସିଂଘବୀ ଦାୟର କରିଥିବା ଆବେଦନର ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ସୂଚନା ଅନୁଯାୟୀ,ଏହି ଜାଗା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ଆବଣ୍ଟିତ ହୋଇଥିଲା । ଜିଲ୍ଲା କୋର୍ଟର ଇନଫ୍ରାଷ୍ଟ୍ରକ୍ଚର ବୃଦ୍ଧି ପାଇଁ ଦିଆଯାଇଥିଲା । ମାତ୍ର ଏହାକୁ ବେଆଇନ କବଜା କରାଯାଇଛି । ଯାହାର ଶୁଣାଣି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.