ନୂଆଦିଲ୍ଲୀ: କଲେଜିୟମ ସୁପାରିଶରେ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କର ସ୍ଥାଣୁତା ଉପରେ ଆଜି ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ବାରମ୍ବାର କହିବା ସତ୍ତ୍ୱେ ବି ସରକାର ଶୁଣି ନଥିବାରୁ ସୁପ୍ରିମକୋର୍ଟ ଆଜି ବାଧ୍ୟ ହୋଇ ନିରବ ରହିଥିଲେ।
ବିଚାରପତି ସଞ୍ଜୟ କାଷାନ କୌଲ୍ ଖଣ୍ଡପୀଠ ମାମଲାର ଶୁଣାଣି କରି ମାମଲରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସରକାରଙ୍କର ଅସନ୍ତୋଷ କାରଣରୁ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ(NJAC) ନିଯୁକ୍ତିକୁ ରୋକାଯାଇ ଛି ବିଚାରପତି ପ୍ରଶ୍ନ କରିଥିଲେ।
ବିଚାରପତି କହିଥିଲେ “ସମସ୍ୟା ହେଲା ନାଁଗୁ଼ଡିକୁ ମଞ୍ଜୁରୀ ଦିଆଯାଉ ନାହିଁ। ସିଷ୍ଟମ କେମିତି କାମ କରିବ? ଆମକୁ ଦୁଃଖ ଲାଗୁଛି।ଏମିତି ଲାଗୁଛି ଯେ ଯେମିତି NJAC ମଷ୍ଟର ପାସ କରି ନଥିବାରୁ ସରକାର ଖୁସୀ ନାହାନ୍ତି। କ'ଣ ସରକାର ଏଥିପାଇଁ ନାଁଗୁଡ଼ିକୁ ମଞ୍ଜୁରୀ ଦେଇ ନାହାନ୍ତ କି ?”
କଲେଜିୟମ ବ୍ୟବସ୍ଥା ପ୍ରତି କେନ୍ଦ୍ର ଆଇନ ମନ୍ତ୍ରୀଙ୍କର ଟିପ୍ପଣୀ ପରେ ସୁପ୍ରିମକୋର୍ଟ ବିଚାରପତି ଏପରି ନାି ଶୁକ୍ରବାର କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ଏହା ଆମ ସମ୍ବିଧାନ ପାଇଁ ବିଦେଶୀ ବ୍ୟବସ୍ଥା ଓ ଲୋକେ ଏହାର ସମର୍ଥନ କରନ୍ତି ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ରିଜିଜୁ।
। ମନ୍ତ୍ରୀ କହିଥିଲେ, ଯେ ସରକାର କେବଳ କଲେଜିୟମ ଦ୍ୱାରା ପ୍ରସ୍ତାବିତ ନାଁ ଉପରେ ମୋହର ମାରିବା ଏପରି ଆଶା କରିବା ଠିକ୍ ନୁହେଁ। କାରଣ କୋର୍ଟ ନିଜ ବିଚାରରେ ଏପରି ରାୟ ଶୁଣାଣି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତିକୁ ସୁପାରିଶ କରିଛନ୍ତି।
ମାମଲାରେ ଶୁଣାଣି କରୁଥିବା ଜଷ୍ଟିସ୍ କୌଲ କହିଛନ୍ତି ଯେ ଏହି ବ୍ୟବସ୍ଥା ଉପରେ ଲୋକେ ଆପତ୍ତି ଉଠାଇ ପାରନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଏହା ଅଛି ସେପର୍ଯ୍ୟନ୍ତ ଏହା ଦେଶର ଆଇନ।
ଶୁଣାଣି ବେଳେ ବରିଷ୍ଠ ଓକିଲ ତଥା ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ବିକାଶ ସିଂହ ଆଇନମନ୍ତ୍ରୀଙ୍କ କଟାକ୍ଷକୁ ଖଣ୍ଡପୀଠଙ୍କ ଦୃଷ୍ଟିଗୋଚର କରିଥିଲେ। ସେ କହିଥିଲେ “ ସରକାର ଫାଇଲଗୁଡ଼ିକୁ ପାସ୍ କରୁ ନାହାନ୍ତି ବୋଲି କେବେ କୁହନ୍ତୁ ନାହିଁ। ତେବେ ସରକାରଙ୍କୁ ଫାଇଲ୍ ପଠାନ୍ତୁ ନାହିଁ। ନିଜେ ନିଜକୁ ନିଯୁକ୍ତି ଦିଅନ୍ତୁ। ନିଜେ ଆଇନ ଚଳାନ୍ତୁ।”
କେନ୍ଦ୍ରମନ୍ତ୍ରୀଙ୍କର ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ଜଷ୍ଟିସ୍ କୌଲ କହିଛନ୍ତି ଯେ ଯେବେ କୌଣସି ଉଚ୍ଚପଦସ୍ତ ବ୍ୟକ୍ତି କହୁଛନ୍ତି... ଏମିତି ହେବାର ନଥିଲା। ଶ୍ରୀ ଯୁକ୍ତି ଏଜି, ମୁଁ ସମସ୍ତ ମିଡିଆ ରିପୋର୍ଟକୁ ଅଣଦେଖା କରୁଛି ହେଲେ ଏହି ମନ୍ତବ୍ୟ ଜଣେ ଉଚ୍ଚପଦସ୍ଥ ବ୍ୟକ୍ତି ଦେଇଛନ୍ତି। ମୁଁ ଏଥିରେ କିଛି କହିବାକୁ ଚାହୁଁନି।
ବିଚାରପତି କହିଛନ୍ତି-“ପୂରା ପ୍ରକ୍ରିୟା ପାଇଁ ସମୟ ଲାଗିଥାଏ। ଆଇବିର ଇନପୁଟ ନିଆଯାଇଥାଏ। ଆପଣଙ୍କର ଇନପୁଟ ବି ନିଆଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ ଆପଣଙ୍କର ଇନ୍ପୁଟ ଉପରେ ବିଚାର କରି ନାଁ ପଠାଇଥାଏ। ପୁଣିଥରେ ମାତ୍ର ଏହାକୁ ଦୋହରାଯିବା ପରେ ମାମଲା ସରିଥାଏ। ଆଇନ୍ରେ ଏହି ବ୍ୟବସ୍ଥା ହିଁ ରହିଛି।”
ଏହାପରେ କୋର୍ଟ ଆଟର୍ଣ୍ଣୀ ଜେନେରେଲ ଓ ସଲିସିଟର ଜେନେରାଲ୍ଙ୍କୁ ବିଚାରପତି କହିଛନ୍ତି ଯେ ଖଣ୍ଡପୀଠଙ୍କର ଭାବନାକୁ ସରକାରଙ୍କୁ ବୁଝାନ୍ତୁ। ଦେଶରେ ଆଇନ ଯେମିତି ପାଳନ ହୁଏ ତାହା ସୁନିଶ୍ଚିତ କରନ୍ତୁ।
ଭାରତ ସରକାରଙ୍କର ଆଟର୍ଣ୍ଣି ଜେନେରାଲ ଆର୍. ଭେଙ୍କେଟରମଣୀ, କୋର୍ଟଙ୍କୁ କହିଥିଲେ ମାମଲାର ଶେଷଥର ରାୟ ପରେ ଘଟଣା ସମ୍ପର୍କରେ କେନ୍ଦ୍ର ସରକାରଙ୍କର ବିଭାଗୀୟ ସଚିବଙ୍କୁ ଜଣାଇ ଦିଆଯାଇଥିଲା। ଖୁବ୍ଶୀଘ୍ର ଏହାର ସମାଧାନ ହେବ ବୋଲି ସେମାନେ ଆଗ୍ରହୀ ବୋଲି ଏଜି କୋର୍ଟଙ୍କୁ କହିଥିଲେ।
ବିଚାର କରୁଥିବା ଖଣ୍ଡପୀଠରେ ଜଷ୍ଟିସ ଏଏସ୍ ଅଶୋକ ମଧ୍ୟ ସାମିଲ ଥିଲେ। ଏହି ଖଣ୍ଡପୀଠ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିବା ୧୧ଟି ନାଁକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇ ନଥିବାରୁ ଏହାରି ବିରୋଧରେ ବେଙ୍ଗାଲୁରୁ ଓକିଲ ସଂଘ ୨୦୨୧ରେ କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାରେ ବିଚାର କରି ଆଜି ବିଚାରପତି କେନ୍ଦ୍ର ସରକାରଙ୍କର ସ୍ଥାଣୁତା ନେଇ ପ୍ରଶ୍ନ ଉଠାଇଛନ୍ତି।
ଘଟଣାରେ ଆସୋସିଏସନର ତର୍କ ହେଲା କେନ୍ଦ୍ରର ଆଚରଣ ପିଏଲ୍ଆର୍ ପ୍ରୋଜେକ୍ଟସ୍ ଲିମିଟେଡ୍ ବନା ମହାନୀଦ କୋଲଫିଲ୍ଡସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶର ଉଲ୍ଲଂଘନ ହେଉଛି। କାରଣ ଏଥିରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ କଲେଜିୟମ ଦ୍ୱାରା ଦୋହରାଯାଇଥିବା ନାଁଗୁ଼ଡ଼ିକୁ ୩- ୪ ସପ୍ତାହ ଭିତରେ ମଞ୍ଜୁରୀ ଦେବା ଉଚିତ୍। ହେଲେ ସରକାର ଏଥିରେ ବିଳମ୍ବ କରି କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛନ୍ତି ବୋଲି ବେଙ୍ଗାଲୁରୁ ଓକିଲ ସଂଘ ଦାବି କରିଛି।
ବିଚାରପତି କୌଲ କହିଛନ୍ତି ଯେ ସୁପାରିଶକୁ ଅଟକାଇବା ପୂରା ସିଷ୍ଟମକୁ ହତାଶ କରିଦେଇଥାଏ। ବିଚାରପତି କହିଛନ୍ତି “ ଯେବେ ଆମେ ଯୁବକଙ୍କ ବିଚାରପତି ପଦ ସ୍ୱୀକାର କରିବାକୁ ରାଜି କରାଇଥାଉ ତେବେ ସେମାନଙ୍କର ସମୟ ଅନୁସାରେ ନିଯୁକ୍ତି ହେବ କି ନାହିଁ ସେହି ଚିନ୍ତା ଘାରିଥାଏ। ତେଣୁ ସମୟସୀମାର ପାଳନ କରିବା ନିହାତି ଆବଶ୍ୟକ। ଏଭଳି ଅନେକ ସୁପାରିଶର ସମୟ ୪ ମାସ ବିତିଗଲାଣି। କିନ୍ତୁ ଆମ ପାଖରେ କୌଣସି ସୂଚନା ନାହିଁ। ଜଣେ ଓକିଲ, ଯାହାଙ୍କ ନାଁ ସୁପାରିଶ କରାଯାଇଥିଲା। ତାଙ୍କର ବିୟୋଗ ହୋଇଯାଇଛି। ମୁଁ ଏକଥା ଭାବି ଆଶ୍ଚର୍ଯ୍ୟ ହେଉଛି ଯେଉଁ ନୂଆ ପିଢ଼ିର ଓକିଲମାନେ ଏହି କାରଣରୁ ନ୍ୟାୟପାଳିକାକୁ ଅସ୍ୱୀକାର କରୁଛନ୍ତି।”
ନାଁ କୁ ମଞ୍ଜୁରୀ ନେଇ ନଭେମ୍ବର ୧୧ ତାରିଖରେ କେନ୍ଦ୍ର ଆଇନ ସଚିବଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଏହା ଠିକ୍ ନୁହେଁ । ଏପରି କରି ଚୟନ ହୋଇଥିବା ବିଚାରପତିଙ୍କ ସୁପାରିଶ ଫେରାଇ ନେବାକୁ ବାଧ୍ୟ କରାଯାଉଛି ବୋଲି କୋର୍ଟ କହିଥିଲେ।