ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକାଶ କଲେ ସୁପ୍ରିମକୋର୍ଟ, ପାଞ୍ଚ ରାଜ୍ୟଙ୍କୁ ଭର୍ତ୍ସନା

Published By : Prameya-News7 Bureau | October 31, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢ଼ିଚାଲିଛି ବାୟୁ ପ୍ରଦୂଷଣ। ଫଳରେ ସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଆଉ ଏବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରିବା ସହ ସୁପ୍ରିମକୋର୍ଟ ପାଞ୍ଚ ରାଜ୍ୟଙ୍କୁ ପ୍ରଦୂଷଣ କମ୍ କରିବା ଉପରେ କି’ ପଦକ୍ଷେପ ନେଇଛନ୍ତି ? ତାହା ଉପରେ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ‘‘ବର୍ତ୍ତମାନ ଦିଲ୍ଲୀରେ ବାୟୁମାନ ବହୁତ ଖରାପ ରହିଛି। ଆମେ ଆଗାମୀ ପିଢ଼ି ପାଇଁ ଚିନ୍ତିତ। ଆଗାମୀ ପିଢ଼ି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଆଜି ଦିଲ୍ଲୀରେ ଏଭଳି ଅବସ୍ଥା ରହିଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ପୂର୍ବରୁ ଦିଲ୍ଲୀରେ ଏହି ସମୟ ଭଲ ଥିଲା। କିନ୍ତୁ ଆଜି ସ୍ଥିତି ସଂପୂର୍ଣ୍ଣ ଅଲଗା।’’

ଆହୁରି ପଢ଼ନ୍ତୁ: ବିଷ ବଳୟରୁ ମୁକ୍ତ ହେଉଛି ଦିଲ୍ଲୀ ! ବର୍ଷା ଯୋଗୁଁ କମିଲା ପ୍ରଦୂଷଣ, ଅକ୍ଟୋବରରେ ପ୍ରଥମଥର ପାଇଁ AQI ସର୍ବନିମ୍ନ

ଏହି ସମୟରେ ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା, ୟୁପି, ରାଜସ୍ଥାନ ଏବଂ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି ଯେ, ନଡ଼ା ଜଳାଇବା ଘଟଣା ହ୍ରାସ କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ? କୋର୍ଟ କହିଛନ୍ତି ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ କମିଶନ ଅନେକ ପଦକ୍ଷେପ ନେଇଛନ୍ତି କିନ୍ତୁ ବାୟୁର ସ୍ଥିତି ଖରାପ ରହିଛି। ଏହା ସହ ଏହି ରାଜ୍ୟମାନଙ୍କୁ ପ୍ରଦୂଷଣ ରୋକିବା ଦିଗରେ ନେଇଥିବା ପଦକ୍ଷେପ ବିଷୟରେ, ଗୋଟିଏ ସପ୍ତାହ ମଧ୍ୟରେ ସତ୍ୟାପଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ କେନ୍ଦ୍ର ସରକାର କହିଛନ୍ତି ଯେ, ବାୟୁ ପ୍ରଦୂଷଣକୁ କମ୍ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କିନ୍ତୁ ହେଲେବି ଆଜି ପ୍ରଦୂଷଣ ଖରାପ ସ୍ଥିତିରେ ଅଛି। ପ୍ରଦୂଷଣକୁ ନେଇ ରିପୋର୍ଟ ଦାଖଲ ହୋଇଛି। କେନ୍ଦ୍ର ସରକାର କହିଛନ୍ତି ବିଗତ ଦିନମାନଙ୍କରେ ନଡ଼ା ଜଳାଇବା ଘଟଣା ବଢ଼ିଛି। କିନ୍ତୁ ଗତ ବର୍ଷ ତୁଳନାରେ ଏହା ୪୦ ପ୍ରତିଶତ କମ୍।

ଆହୁରି ପଢ଼ନ୍ତୁ: ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି; ଦୀପାବଳିର ଦୁଇ ମାସ ପୂର୍ବରୁ ବାଣ ତିଆରି-ବ୍ୟବହାର ଉପରେ ଲାଗିଲା ରୋକ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.