ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡିକେ ଶିବକୁମାରଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ଅଦାଲତ ଡିକେ ଶିବକୁମାରଙ୍କ ବିରୋଧରେ ଦାୟର ମନି ଲଣ୍ଡ୍ରିଂର କେସକୁ ଖାରଜ କରିଛନ୍ତି। ଡିକେ ଶିବକୁମାରଙ୍କ ବିରୋଧରେ ୨୦୧୮ରେ ଇଡି ମନି ଲଣ୍ଡ୍ରିଂ କେସ୍ ରୁଜୁ କରିଥିଲା ଏବଂ ଜେରା କରିଥିଲା। କେବଳ ଏତିକି ନୁହେଁ ଶିବକୁମାରଙ୍କୁ ଇଡି ୨୦୧୮ରେ ଗିରଫ ମଧ୍ୟ କରିଥିଲା। ପରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକ୍ରମେ ସେ ଜେଲରୁ ମୁକୁଳିଥିଲେ। ଡିକେ ଶିବକୁମାର କହିଥିଲେ ବିଜେପି ସରକାରଙ୍କ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଉଲ୍ଲେଖନୀୟ ଡିକେ ଶିବକୁମାର ବର୍ତ୍ତମାନ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଅଛନ୍ତି।
wp:heading {"level":4}Also read- ବିଜେପିରେ ସାମିଲ ହେବେ ପୂର୍ବତନ ଜଜ୍ ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟ, ଏହି ଲୋକସଭା ଆସନରୁ ଲଢିବେ ନିର୍ବାଚନ
/wp:headingଡିକେ ଶିବକୁମାର ଏବଂ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ବେଙ୍ଗାଲୁରଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଏକ ବଡ଼ ନେଟଓ୍ଵର୍କ ତିଆରି କରିଥିବା ଅଭିଯୋଗ ହୋଇଥିଲା। ଏହି ନେଟଓ୍ଵର୍କ ଜରିଆରେ ଅଘୋଷିତ ଅର୍ଥରାଶିକୁ ଟ୍ରାନ୍ସଫର କରାଯାଉଥିଲା। ମାମଲାରେ ଆୟକର ବିଭାଗ ମଧ୍ୟ ଚଢଉ କରିଥିଲା। ପୁଣି ମାମଲା ଇଡି ହାତକୁ ଯାଇଥିଲା। ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଡିକେ ଶିବକୁମାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କରିବା ସହ ସମନ ଉପରେ ରୋକ ଲଗାଇ ନ ଥିଲେ। ଏହା ବିରୋଧରେ ଡିକେ ଶିବକୁମାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଡିକେ ଶିବକୁମାରଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛନ୍ତି ଏବଂ ତାଙ୍କ ଉପରେ ଲାଗିଥିବା ମନି ଲଣ୍ଡ୍ରିଂ କେସ୍ ହଟାଇବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଡିକେ ଶିବକୁମାରଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ଇଡି ତଦନ୍ତରେ କହିଥିଲା ଶିବକୁମାର ଅପରାଧିକ ଷଡ଼୍ଯନ୍ତ୍ରର ଅଂଶ ବିଶେଷ ଅଛନ୍ତି। ଯଦି ଏଜେନ୍ସି ଏମିତି ଅଭିଯୋଗ କରୁଛି ତେବେ ତାଙ୍କ ମହକିଲଙ୍କ ବିରୋଧରେ ଆଇପିସିର ଧାରା ୧୨୦ ଲାଗିବା କଥା। କିନ୍ତୁ ଏମିତି କିଛି ହୋଇ ନାହିଁ। ତେଣୁ ଏହି କେସ୍ ଇଡି ଅଧିନରେ ଆସୁନାହିଁ।