ଭୋପାଲ ଗ୍ୟାସ ଟ୍ରାଜେଡି ମାମଲା; ଅତିରିକ୍ତ କ୍ଷତିପୂରଣ ଆବେଦନ ସୁପ୍ରିମକୋର୍ଟରେ ଖାରଜ
14/03/2023 at 11:44 AM

ଭୋପାଲ: ଭୋପାଲ ଗ୍ୟାସ ଟ୍ରାଜେଡିରେ ଅଧିକ କ୍ଷତିପୂରଣ ନେଇ ଦାୟର ହୋଇଥିବା ପିଟିସନ ଖାରଜ । ସୁପ୍ରମିକୋର୍ଟ ମାମଲାର ଶୁଣାଣି କରି ଆଦେବନକୁ ଖାରଜ କରିଛନ୍ତି । ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପ୍ରସଂଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ କ୍ୟୁରେଟି ପିଟିସନ ଦାୟର କରିଥିଲେ । ୟୁନିୟନ କାର୍ବାଇଡ୍ କର୍ପୋରେସନର ଉତ୍ତର ଅଧିକାରୀ ଫାର୍ମକୁ ଅତିରିକ୍ତ ୭ହଜାର ୮୪୪ କୋଟି ଟଙ୍କା ଦେବାକୁ କହିଥିଲେ । ହେଲେ ଏହି ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖରଜ କରିଛନ୍ତି ।
୧୯୮୪ ବହୁଚର୍ଚ୍ଚିତ ଗ୍ୟାସ ଟ୍ରାଜେଡି ପରେ ୟୁନିୟନ କାର୍ବାଇଡ କର୍ପୋରେସନ ପୀଡ଼ିତଙ୍କୁ ୪୭୦ ମିଲିୟନ ଆମେରିକ ଡଲାର କ୍ଷତିପୂରଣ ଦେଇଥିଲା । ହେଲେ ଅଧିକ ୭ ହଜାର ୮୪୪ କୋଟି ଟଙ୍କା କ୍ଷତିପୂରଣ ଦାବି କରି ପୀଡିତମାନେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ । ଏହାକୁ ନେଇ କେନ୍ଦ୍ର ସରକାର ୨୦୧୦ରେ ଏକ କ୍ୟୁରେଟିଭ ପିଟିସନ ମଧ୍ୟ ଦାୟର କରିଥିଲେ ।
କେନ୍ଦ୍ର ସରକାର ୟୁନିୟନ କାର୍ବାଇଡ କର୍ପୋରେସନ କମ୍ପାନୀ ଠାରୁ ଅତିରିକ୍ତ କ୍ଷତିପୂରଣ ଚାହୁଁଥିଲେ । ହେଲେ ୧୯୮୯ ବୁଝାବଣା ଅନୁଯାୟୀ, କେମିକାଲ କମ୍ପାନୀ ଅଧିକ ଟଙ୍କା ଦେବାକୁ ସିଧା ସିଧା ମନା କରି ଦେଇଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କ୍ୟୁରେଟିଭ୍ ପିଟିସନର ଜାନୁଆରୀ ୧୨ତାରିଖରେ ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ମାଙ୍ଗଳବାର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
୧୯୮୪ ଡିସେମ୍ବର ୨ତାରିଖରେ ଭୋପାଲର ୟୁନିୟନ କାର୍ବାଇଡ କର୍ପୋରେସନ କେମିକାଲ ଫ୍ୟାକ୍ଟ୍ରିରେ ମୃତ୍ୟୁର ବିଭୀଷିକା ଖେଳିଯାଇଥିଲା । ଯାହାର କ୍ଷତ ଆଜି ଯାଏଁ ପୂରଣ ହୋଇନାହିଁ । କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ପ୍ରାୟ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।