ଧରାପଡ଼ିଗଲା ବିନୟର ମିଛ : ଆବେଦନ ଖାରଜ କରି ସୁପ୍ରିମ କୋର୍ଟ କହିଲେ, ନିର୍ଭୟା ଦୋଷୀଙ୍କ ମାନସିକ ଅବସ୍ଥା ପୂରା ଠିକ୍
14/02/2020 at 3:42 PM

ନୂଆଦିଲ୍ଲୀ ୧୪/୨: ସୁପ୍ରିମ କୋର୍ଟ ନିର୍ଭୟାଙ୍କ ଅଭିଯୁକ୍ତ ବିନୟର ଆବେଦନ ଖାରଜ କରି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ମେଡିକାଲ ରିପୋର୍ଟ ଅନୁଯାୟୀ ନିର୍ଭୟାଙ୍କ ଦୋଷୀ ବିନୟର ମାନସିକ ସନ୍ତୁଳନ ବିଲକୁଲ ଠିକ୍ ଅଛି। ସୁପ୍ରିମ କୋର୍ଟ ସିଧାସଳଖ କହିଛନ୍ତି ଯେ ମେଡିକାଲ୍ ରିପୋର୍ଟ ଅନୁଯାୟୀ ଦୋଷୀ ବିନୟର ଶାରିରୀକ ଅବସ୍ଥା ଠିକ୍ ଥିବା ସହ ମାନସିକ ଅବସ୍ଥା ମଧ୍ୟ ଠିକ୍ ଅଛି।
ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜ କରିବା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ ଦାଖଲ କରିଥିଲା। ସେ ମାନସିକ ଅବସ୍ଥା ଠିକ୍ ନଥିବାର ଦଲିଲ ଦେଇଥିଲା। ସେ ଏହା ମଧ୍ୟ ଅଭିଯୋଗ କରିଥିଲା ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ମୁଖରେ ସମସ୍ତ ଦସ୍ତାବିଜ ରଖାଯାଇନଥିଲା।
Related Posts
ଜେରୁଜେଲମ୍ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
28 January 2023