scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୦୦ ଟଙ୍କିଆ ନୋଟ୍‌ ବଦଳ ଉପରେ ହୋଇଥିବା ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ, କହିଲେ- ଏହା RBIର ନୀତିଗତ ମାମଲା

10/07/2023 at 11:15 PM

ନୂଆଦିଲ୍ଲୀ,୧୦/୦୭: କୌଣସି ପରିଚୟ ପତ୍ର ନଦେଖାଇ ୨୦୦୦ ଟଙ୍କିଆ ନୋଟ୍‌ ପରିବର୍ତ୍ତନ କରିବା ବିରୋଧରେ ହୋଇ‌‌ଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ବିନୀ ଉପାଧ୍ୟାୟଙ୍କ କହିବା କ‌ଥା ହେଲା, ବିନା IDରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଦିଆନଯାଉ; RBI, SBI ବିରୋଧରେ ହାଇକୋର୍ଟ ଗଲେ ବିଜେପି ନେତା

ତେବେ ଏହି ଆବେଦନକୁ ଖାରଜ କରି ପ୍ରଧାନ ବିଚାରପତି କହିଛନ୍ତି ‘‘ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଏକ ନୀତିଗତ ମାମଲା ଅଟେ, ଆମେ ଏଥିରେ ହସ୍ତକ୍ଷେପ କରିବୁ ନାହିଁ।’’ ଏହା ପୂର୍ବରୁ ମେ’ ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ ବ୍ୟକ୍ତିଗତ ବିଷୟ ବୋଲି ବିବେଚନା କରି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସୂଚନାଥାଉକି ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ବଦଳି ପ୍ରକ୍ରିୟା ଆରମ୍ଭ; ସେପ୍ଟେମ୍ବର ୩୦ ଯାଏଁ ବଦଳାଇ ପାରିବେ ଗୋଲାପୀ ନୋଟ୍

ଆବେଦନରେ କି ଦାବି ରଖାଯାଇଥିଲା?

ଏହି ଆବେଦନରେ ଅଶ୍ବିନୀ ଉପାଧ୍ୟାୟ ଦାବି ରଖିଥିଲେ ଯେ, ତିନି ଲକ୍ଷ କୋଟିରୁ ଅଧିକ ମୁଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ଦୁର୍ନୀତିଖୋର, ମାଫିଆ କିମ୍ବା ଦେଶ ବିରୋଧୀ ବ୍ୟକ୍ତିମାନଙ୍କ ପାଖରେ ରହିଥିବା ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ବିନା କୌଣସି ପରିଚୟ ପତ୍ର ଦେଖି ନୋଟ୍‌ ପରବର୍ତ୍ତନ କଲେ ଦୁର୍ନୀତିଗ୍ରସ୍ତ ଲୋକମାନେ ଏହାର ଫାଇଦା ଉଠାଇପାରନ୍ତି।

ଆବେଦନକର୍ତ୍ତା କହିଛନ୍ତି ଯେ, ଭାରତରେ ଆଜି ଏମିତି କୌଣସି ପରିବାର ନାହିଁ, ଯାହା ପାଖରେ ବ୍ୟାଙ୍କ ଆକାଉଣ୍ଟ ନାହିଁ। ଏଥିପାଇଁ ୨୦୦୦ ଟଙ୍କିଆ ନୋଟ୍‌ ସିଧାସଳଖ ବ୍ୟାଙ୍କ ଖାତାରେ ଜମା ହେବାର ଆବଶ୍ୟକତା ରହିଛି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, ଟଙ୍କା ବଦଳାଉଥିବା ବ୍ୟକ୍ତି କେବଳ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି ନା ଆଉ କାହା ଆକାଉଣ୍ଟରେ ଜମା କରୁଛନ୍ତି, ତାହା ଉପରେ ମଧ୍ୟ ନଜର ପକାଇବା ଆବଶ୍ୟକ।

ପୁର୍ବରୁ ଆବେଦନକୁ ବିରୋଧ କରୁଥିଲା ରିଜର୍ଭ ବ୍ୟାଙ୍କ:

ରିଜର୍ଭ ବ୍ୟାଙ୍କ ମଧ୍ୟ ଏହି ଆବେଦନକୁ ପୂର୍ବରୁ ବିରୋଧ କରିସାରିଛି। ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ତର୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ପରାଗ ତ୍ରିପାଠୀ କହିଥିଲେ ଯେ, କୋର୍ଟ ଆର୍ଥିକ ଏବଂ ମୁଦ୍ରା ନୀତିରେ ହସ୍ତକ୍ଷେପ କରିପାରିବେ ନାହିଁ। ନୋଟ୍ ଜାରି ଏବଂ ପ୍ରତ୍ୟାହାର କରିବା ରିଜର୍ଭ ବ୍ୟାଙ୍କର ଅଧିକାର।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଫେରିଲା ୭୨ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ଯାଏ ବଦଳି ସୁଯୋଗ

   Related Posts