କଲେଜିୟମକୁ ନେଇ ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କ ବୟାନ: ସୁପ୍ରିମକୋର୍ଟ କହିଲେ ’ଏମିତି ହେବାର ନଥିଲା’...

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଳୀ, ୨୮/୧୧: ବିଚାରପତି ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କ ବୟାନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। କିରନ ରିଜିଜୁ ନିକଟରେ ଏକ ଟିଭି ଡିବେଟରେ କହିଥିଲେ ଯେ, କଲେଜିୟମ ଏହା କହି କହିପାରିବେ ନାହିଁ ଯେ ସରକାରଙ୍କ ତରଫରୁ ସୁପାରିଶ କରାଯାଇଥିବା ସବୁ ନାମକୁ ତୁରନ୍ତ ମଞ୍ଜୁର ଦିଅନ୍ତୁ। ଯଦି ଏମିତି ତେ​‌ବେ ତାଙ୍କୁ ନିଜେ ହିଁ ନିଯୁକ୍ତି କରିନେବା ଦରକାର।

ଏବେ ଏହାକୁ ନେଇ ଅଦାଲତରେ ଶୁଣାଣି ସମୟରେ ସୁପ୍ରମକୋର୍ଟ ଏହି ଟିପ୍ପଣୀର ଖାରଜ କରିଥିଲେ। ଜଷ୍ଟିସ୍ ଏସକେ କୌଲ୍ ଅଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣୀଙ୍କୁ କହିଥିଲେ ଯେ ଏମିତି ହେବାର ନଥିଲା। ଏହା ଭୁଲ୍ କଥା।

ପ୍ରସଙ୍ଗରେ ଏ ଜି ଭେଙ୍କଟରମଣୀ କହିଥିଲେ ଯେ ଏହା ମିଡିଆରେ ଛପା ଯାଇଥିବା ସୂଚନା ଯାହା ବେଳେବେଳେ ଭୁଲ୍ ମଧ୍ୟ ହୋଇଥାଏ। ଯାହା ଉପରେ କୋର୍ଟ କହିଥିଲେ ଯେ, ’ପ୍ରେସ୍ ରିପୋର୍ଟ ନୁହେଁ... ଏହା ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ତରଫରୁ ଆସିଛି। ମୁଁ କିଛି କହୁନାହିଁ।’

ଦେଶର ଆଇନ୍ ମନ୍ତ୍ରୀ କିରନ୍ ରିଜିଜୁ ଜଜଙ୍କ୍ ନିଯୁକ୍ତି ପ୍ରକ୍ରିୟା ଉପରେ ଟିପ୍ପଣୀ କରି କହିଥିଲେ ଯେ କଲେଜିୟମ ପ୍ରଣାଳୀ ସମ୍ବିଧାନ ପାଇଁ ଏଲିୟନ। ଏବେ ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରଙ୍କ ତରଫରୁ ଜଜଙ୍କ ନାମରେ ନିଷ୍ପତ୍ତି ନିଆଯାଉନାହିଁ। ଏମିତି କିଭଳି ସିଷ୍ଟମ କାମ କରିପାରିବ। ଜଷ୍ଟିସ୍ ଏସକେ କୌଲ କହିଛନ୍ତି ଯେ, ’ଏମିତି ଲାଗୁଛି ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗକୁ ମଞ୍ଜୁରୀ ନ ମିଳିବାରୁ ସରକାର ନାରାଜ ଅଛନ୍ତି। ଯଦି ଆପଣ ନାମକୁ ବହୁତ ଦିନ ପର୍ଯ୍ୟନ୍ତ ରୋକି ରଖିବେ ତେବେ ଭଲ ସ୍ଥିତି ହେବ ନାହିଁ।

ଏହି ମାମଲାରେ ସୁପ୍ରିମକୋର୍ଟ ଏଜି ଏବଂ ଏସଜୀଙ୍କ ଠାରୁ ଜବାବ ମାଗିଛନ୍ତି। ଏହା ସହ ଏହି ମାମଲାରେ ଶୁଣାଣିକୁ ୮ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅଟର୍ଣ୍ଣୀ ଜେନେରାଲ କହିଛନ୍ତି ଯେ ସେ ଏହି ମାମଲାରେ ସରକାରଙ୍କ ସହ କଥା ହେବେ ଏବଂ ମାମଲାର ସମାଧାନ କରିବାକୁ ପ୍ରୟାସ କରିବେ।

ସୂଚନାଯୋଗ୍ୟ, କିରନ ରିଜିଜୁ ନିକଟରେ ଏକ ବୟାନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ କଲେଜିୟମ ସମ୍ବିଧାନରେ​‌ ଏଲିୟନ ଭଳି, ଯାହା ସବୁଠୁ ଭିନ୍ନ। ସେ କହିଥିଲେ ଯେ ସୁପ୍ରିମକୋର୍ଟ ନିଜ ବିବେକରେ ଏକ ଅଦାଲତଙ୍କ ନିଷ୍ପତ୍ତି ମାଧ୍ୟମରେ କଲେଜିୟମ ଗଠନ କରିଥିଲେ। ଯେତେବେଳେକି ୧୯୯୧ ପୂର୍ବରୁ ସବୁ ବିଚାରପତିଙ୍କ ନିର୍ବାଚନ ସରକାରଙ୍କ ଦ୍ବାରା କରାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.