suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଏଥର ଦୀପାବଳିରେ ବାଣ ଫୁଟାଇବା ପାଇଁ ରହିବ ନିର୍ଦ୍ଦିଷ୍ଟ ସମୟ ସୀମା,ରାତି ୮ଟାରୁ ୧୦ଟା ଭିତରେ ଫୁଟେଇବେ ବାଣ; ସିରିଜ୍‌ ବାଣ ଉପରେ କଟକଣା ଜାରିକଲେ ସୁପ୍ରିମକୋର୍ଟ

23/10/2018 at 6:35 PM

ଦଶହରା ସରିବା ପରେ ଏବେ ଦୀପାବଳି ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।କିନ୍ତୁ  ଏଥର ଦୀପାବଳି ଆଉ ପୂର୍ବବର୍ଷ ଗୁଡ଼ିକ ଭଳି ସେତେ ଧମାକାଦାର ହେବନି ।ମାନେ ଏତେ ଜୋରରେ ଶୁଭିବନି ବାଣ ଶବ୍ଦ କି ଦିନସାରା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି ଫୁଟାଇ ପାରିବେନି ବାଣ ।କାରଣ ମନଇଚ୍ଛା ଦିୱାଲୀ ସେଲିବ୍ରେସନ ଉପରେ ଏଥର ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ । ବାଣ ଫୁଟାଇପାରିବେ କିନ୍ତୁ ମାତ୍ର ୨ ଘଣ୍ଟା ପାଇଁ ଆଉ ତାହା ମଧ୍ୟ ନିର୍ଦ୍ଦିଷ୍ଟ ଶବ୍ଦ ଭିତରେ ।…

 ଦୀପାବଳିରେ ଫୁଟିବ ବାଣ ।କିନ୍ତୁ ସେତେ ଜୋରଦାର ହେବନି ।କାରଣ ମନଇଚ୍ଛା ଦୀପାବଳି ସେଲିବ୍ରେସନ ଉପରେ ରୋକ୍‌ ଲଗାଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ବାଣ ଫୁଟାଇବା ପାଇଁ ରହିବ ନିର୍ଦ୍ଦିଷ୍ଟ ସମୟସୀମା । ରାତି ୮ଟାରୁ ୧୦ଟା ଭିତରେ ହିଁ ବାଣ ଫୁଟାଇପାରିବେ । ସେହିପରି ଖ୍ରୀଷ୍ଟମାସ ଏବଂ ନୂଆବର୍ଷରେ ରାତି ୧୧ଟା ୪୫ରୁ ୧୨ଟା ୩୦ ମଧ୍ୟରେ ବାଣ ଫୁଟାଇପାରିବେ । ବାଣ ଉପରେ ଏପରି କଟକଣା ଲଗାଇବାର କାରଣ ହେଲା ପ୍ରଦୂଷଣକୁ ରୋକିବା।…

ପ୍ରତିବର୍ଷ ଦୀପାବଳିରେ ପ୍ରବଳ ବାଣ ଫୁଟିବା ଯୋଗୁଁ ସାରା ଦେଶରେ ପ୍ରଦୂଷଣର ମାତ୍ରା ବଢ଼ିଯାଏ ।ଏହାକୁ ରୋକିବାକୁ ସୁପ୍ରିମକୋର୍ଟ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଫ୍ଲିପ୍‌କାର୍ଟ ଓ ଆମାଜନ୍ ଭଳି ଇ କମର୍ସ କମ୍ପାନୀ ବାଣ ବିକ୍ରି କରିପାରିବେ ନାହିଁ ।ଯଦି ଏହି ଇ-କମର୍ସ କମ୍ପାନୀ ମାନେ ନିୟମ ନ ମାନନ୍ତି ତେବେ ଏହାକୁ ଅଦାଲତ ଅବମାନନା ବୋଲି ଧରି ନିଆଯିବ । ଲଗାତର ଭାବେ ଫୁଟୁଥିବା ସିରିଜ୍‌ ବାଣ ଉପରେ ମଧ୍ୟ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି । ତେବେ ଦେଶବ୍ୟାପୀ ବାଣ ବିକ୍ରି ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଅଧିକ ପ୍ରଦୂଷଣ କରୁଥିବା ସାମଗ୍ରୀକୁ ବାଣ ତିଆରିରେ ବ୍ୟବହାର କରା ଯାଇପାରିବ ନାହିଁ ।ଇକୋ ଫ୍ରେଣ୍ଡଲି ବା ଗ୍ରୀନ୍‌ ବାଣ ବ୍ୟବହାର କରିବା ଉପରେ ଜୋର୍‌ ଦିଆଯାଇଛି ।କେବଳ ଲାଇସେନ୍‌ସ ପ୍ରାପ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ ।…

ଗତବର୍ଷ ଅକ୍ଟୋବର ୯ରେ ସୁପ୍ରିମକୋର୍ଟ ଦିଲ୍ଲୀ ଏନ୍‌ସିଆରରେ ବାଣ ବିକ୍ରି ଉପରେ ରୋକ୍‌ ଲଗାଇଥିଲେ । ପ୍ରତିବର୍ଷ ଦୀପାବଳି ପରେ ଦେଶର କେତେକ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ତେବେ ସାରା ଦେଶରେ କଟକଣା ଲଗାଇବା ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ । କୋର୍ଟ ଏହାକୁ ଗ୍ରହଣ କରି ଆଂଶିକ କଟକଣା ଲଗାଇଛନ୍ତି।…

   Related Posts