ଆଜି ଅଯୋଧ୍ୟା ସଂପର୍କରେ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ

Published By : Prameya-News7 Bureau | September 27, 2018 IST

ନୂଆଦିଲ୍ଲୀ ୨୭|୯: ଆଜି ଅଯୋଧ୍ୟା ମାମଲା ଉପରେ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ । ନିଜର ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିବେ ଯେ ମସଜିଦରେ ନମାଜ ପଢିବା ଇସଲାମଙ୍କ ଅଭିନ୍ନ ଅଙ୍ଗ କି ନୁହେଁ । ଅନ୍ୟପଟେ ଅଯୋଧ୍ୟାରେ ରାମ ମନ୍ଦିର-ବାବ୍ରି ମସଜିଦ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଏହି ରାୟ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ନେଇ ବାଟ ଫିଟିପାରେ । ଏହାସହ ବ୍ୟଭିଚାରକୁ ଅପରାଧ ବିବେଚନା କରୁଥିବା ଆଇପିସି ଧାରା ୪୯୭ର ବୈଧତା ନେଇ ମଧ୍ୟ ରାୟ ପ୍ରକାଶ ପାଇବ । ଧାରା ୪୯୭କୁ ଅବୈଧ ଘୋଷଣା ସହିତ ବ୍ୟଭିଚାରକୁ ଅପରାଧ ମୁକ୍ତ ଲାଗି ପିଟିସନରେ ଦାବି କରାଯାଇଛି । ଅଗଷ୍ଟ ୮ରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବିଧାନିକ ପୀଠ ଏହି ପିଟିସନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.