ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ ଖାରଜ କଲେ ସୁପ୍ରିମ କୋର୍ଟ : ଆସନ୍ତା କାଲି ଫାଶୀ ହେବା ଥୟ!

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୨/୩: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ହୋଇପାରେ ଫାଶୀ ।  ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍  ପିଟିସନ ଖାରଜ ହୋଇଯାଇଛି । ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ଆବେଦନ କରିଥିଲା ପବନ । ଯାହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ତେଣୁ କାଲି ଫାଶୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେପଟେ ଦୋଷୀ ଅକ୍ଷୟ ସିଂହ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟକୁ ପୁଣି ଥରେ ଏକ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ହେଁ ସେତେବେଳେ କାଗଜପତ୍ର ଠିକ୍  ନ ଥିବା ଦର୍ଶାଇ ପୁନର୍ବାର ଆବେଦନ କରିଛି। ତେଣୁ ରାଜକ୍ଷମା ଖାରଜ ହେବା ପରେ ଫାଶୀ ହେବା ଥୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.