ସୁପ୍ରିମକୋର୍ଟରେ ଆଜି ଶୁଣାଣି: ଘରୋଇ ଡାକ୍ତରଖାନାରେ କୋଭିଡ-୧୯ର ମାଗଣା ଟେଷ୍ଟ୍ ରାୟର ପୁନଃସମୀକ୍ଷା ପାଇଁ ହୋଇଥିଲା ଆବେଦନ
13/04/2020 at 12:52 PM

ନୂଆଦିଲ୍ଲୀ, ୧୩|୦୪: ସୁପ୍ରିମକୋର୍ଟ ସୋମବାର ଘରୋଇ ଡାକ୍ତରଖାନାରେ କରୋନା ଟେଷ୍ଟ୍ ଫ୍ରି ପାଇଁ ଦେଇଥିବା ନିର୍ଦ୍ଦେଶର ପୁନଃସମୀକ୍ଷା ଆବେଦନ ଉପରେ ଶୁଣାଣି କରୁଛନ୍ତି । ଗତ ୮ ତାରିଖରେ କୋର୍ଟ ମାନ୍ୟତାପ୍ରାପ୍ତ ସରକାରୀ କିମ୍ବା ଘରୋଇ ଡାକ୍ତରଖାନାରେ କରୋନା ଭାଇରସ୍ର ଯାଞ୍ଚ ମାଗଣାରେ ହେବ। ଏଥିପାଇଁ ଅଦାଲତ କେନ୍ଦ୍ର ସରକାର ମାନ୍ୟତାପ୍ରାପ୍ତ ସମସ୍ତ ଡାକ୍ତରଖାନାକୁ ମାଗଣାରେ କରୋନା ଯାଞ୍ଚ କରାଇବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ ।
ଓକିଲ ଶଶାଙ୍କ ଦେବ ସୁଧିଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ ଘରୋଇ ସଂସ୍ଥା ଦ୍ଵାରା କରୋନା ପରୀକ୍ଷଣ ପାଇଁ ସର୍ବାଧିକ ୪୫୦୦ ଟଙ୍କା ସ୍ଥିର କରିବା ପାଇଁ ଆଇସିଏମଆରର ପରାମର୍ଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଯାଚିକାରେ ଏହା ମଧ୍ୟ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା ଯେ, କରୋନା ପରୀକ୍ଷଣ ମାନ୍ୟତା ପ୍ରାପ୍ତ ଲ୍ୟାବ୍ ଦ୍ଵାରା ମାରଣାରେ କରାଯାଉ।
ତେବେ ଏହି ନିର୍ଦ୍ଦେଶର ପୁନର୍ବିଚାର କରିବା ପାଇଁ ଆବେଦନ ହୋଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ନିଜ ପ୍ରସ୍ତାବରେ ପୂର୍ବରୁ କହିଥିଲେ ଯେ, ସରକାର ଏମିତି ବ୍ୟବସ୍ଥା କରନ୍ତୁ ଯେମିତି ଘରୋଇ ଲ୍ୟାବ୍ କରୋନା ଟେଷ୍ଟ ପାଇ ମନମୁଖୀ ଦର ଆଦାୟ ଯେମିତି ନକରିବେ ଏବଂ ସରକାର ଘରୋଇ ଡାକ୍ତରଖାନା ଦ୍ଵାରା ନିଆଯାଇଥିବା ଟଙ୍କା ରୋଗୀଙ୍କୁ ଫେରାଯାଉ। ଏହି ନିର୍ଦ୍ଦେଶର ପୁନଃସମୀକ୍ଷା ପାଇଁ ଆବେଦନ ମଧ୍ୟ ହୋଇଥିଲା । ଯାହାର ଶୁଣାଣି ଆଜି କୋର୍ଟ କରୁଛନ୍ତି ।
ପୁନର୍ବିଚାର ଶୁଣାଣି ପୂର୍ବରୁ ଗତ ୧୧ ତାରିଖରେ ଏମସ୍ ରେସିଡେଣ୍ଟ ଡାକ୍ତର ଆସୋସିଏନ ପୂର୍ବତନ ସଦସ୍ୟ ଡାକ୍ତର କୌଶଳ କାନ୍ତ ମିଶ୍ର କୋର୍ଟରେ ଏକ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ପୂର୍ବରୁ ବେସରକାରୀ ଡାକ୍ତରଖାନାକୁ ନେଇ ଦେଇଥିବା ନିଷ୍ପତ୍ତିର ପୁନଃବିଚାର ପୂର୍ବରୁ ଏହି ଆବେଦନ ଦାଖଲ ହୋଇଥିଲା । ଏଥିରେ କେବଳ ଗରୀବଙ୍କ ଟେଷ୍ଟ ମାଗଣା ହେଉ ବୋଲି ଦର୍ଶାଯାଇଥିଲା ।