scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡ଼ିଶାକୁ ପ୍ରଶଂସା କଲେ ସୁପ୍ରିମକୋର୍ଟ କମିଟି, ୪ସୂତ୍ରୀ ନୀତି ରୋକିଛି ସଡ଼କ ଦୁର୍ଘଟଣା

30/08/2023 at 9:13 AM

ନୂଆଦିଲ୍ଲୀ ୩୦/୦୮: ଓଡିଶାକୁ ପ୍ରଶଂସା କଲେ ସୁପ୍ରିମକୋର୍ଟ କମିଟି । ସଡ଼କ ଦୁର୍ଘଟଣା କମାଇବାରେ ଓଡିଶା ସଫଳ ହୋଇଛି । ସଡ଼କ ସଚେତନତା ଶିକ୍ଷା, ଟ୍ରାଫିକ୍ ଉଲଂଘନ ବିରୋଧରେ ଆକ୍ସନ, ସଡ଼କ ଇଞ୍ଜିନିୟରିଂରେ ଉନ୍ନତି ଏବଂ ତ୍ବରିତ ଜରୁରିକାଳୀନ ଚିକିତ୍ସା- ଏହି ୪ସୂତ୍ରୀ ନୀତି ଦୁର୍ଘଟଣାକୁ ରୋକିପାରିଛି ।

ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ୭.୫ ଏବଂ ସଡକ ଦୁର୍ଘଟଣାଜନିତ ମୃତ୍ୟୁହାର ୬.୨ ପ୍ରତିଶତ ହ୍ରାସ ପାଇଛି । ସଡ଼କ ସଚେତନତା ଶିକ୍ଷା, ଟ୍ରାଫିକ୍‌ ଉଲ୍ଲଂଘନ ବିରୋଧରେ ଚଢ଼ଉ, ସଡ଼କ ଇଂଜିନିୟରିଂରେ ଉନ୍ନତି ଓ ତ୍ୱରିତ ଜରୁରିକାଳୀନ ଚିକିତ୍ସା । ଏହି ଚାରି ସୂତ୍ରୀ ନୀତି ପାଇଁ ସଡ଼କ ଦୁର୍ଘଟଣା କମାଇବାରେ ଓଡ଼ିଶା ଅନେକାଂଶରେ ସଫଳ ହୋଇଛି ।

ରାଜ୍ୟରେ ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ୭.୫୬% ଓ ମୃତ୍ୟୁହାର ୬.୨୪% ହ୍ରାସ ପାଇଥିବାରୁ ସଡ଼କ ସୁରକ୍ଷା ଉପରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ଓ ଉଦ୍ୟମକୁ ସୁପ୍ରିମକୋର୍ଟ କମିଟି (ଏସ୍‌ସିସିଓଆର୍‌ସି) ପ୍ରଶଂସା କରିଛି ।

ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରିବା ଏବଂ ଅଡ଼ିଟ୍‌ କରିବା ପାଇଁ ସଚିବ ସଞ୍ଜୟ ମିତ୍ତଲ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ଶ୍ରୀ ମିତ୍ତଲ ଭୁବନେଶ୍ୱରରେ ସଡ଼କ ସୁରକ୍ଷା ଉପରେ ଲିଡ୍‌ ଏଜେନ୍ସିର ସଦସ୍ୟମାନଙ୍କ ସହ ବୈଠକ କରି ସଡ଼କ ଦୁର୍ଘଟଣା ରୋକିବାରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଶ୍ରୀ ମିତ୍ତଲ କହିଛନ୍ତି, ଜରୁରୀକାଳୀନ ସେବାର ଏକତ୍ରିକରଣ କରିବା ପାଇଁ ରାଜ୍ୟର ଉଦ୍ୟମ ଉଦାହରଣଯୋଗ୍ୟ । ସମସ୍ତ ଆମ୍ୱୁଲାନ୍ସ ସେବା ସହ ସରକାରୀ ଟ୍ରମା କେୟାର କେନ୍ଦ୍ରର ଏକକୀକରଣ କରାଯାଇଛି । ଆମ୍ୱୁଲାନ୍ସ ନେଟ୍‌ୱର୍କ ପାଇଁ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ପାଇଁ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସଡ଼କ ଦୁର୍ଘଟଣାର ପୀଡିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଆମ୍ୱୁଲାନ୍ସ, ପୁଲିସ ଏବଂ ଅଗ୍ନିଶମ ସେବା ସଂସ୍ଥା ଭଳି ସମସ୍ତ ଜରୁରୀକାଳୀନ ସେବାର ଗୋଟିଏ ହେଲ୍‌ପଲାଇନ୍‌ ନମ୍ୱର ୧୧୨ର ଅନ୍ତର୍ଗତ କରାଯାଇଛି ।

ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଫାଷ୍ଟ୍‌ ରେସପଣ୍ଡର୍‌ ଭାବେ ସୁବାହକ କାର୍ଯ୍ୟକ୍ରମ ମାଧ୍ୟମରେ ଏଚ୍‌ଏମ୍‌ଭି (ଭାରୀଯାନ) ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ ଏବଂ ଏନ୍‌ସିସି ସ୍ୱେଚ୍ଛାସେବୀଙ୍କୁ ରକ୍ଷକ ଜୁନିଅର ମାଧ୍ୟମରେ ପ୍ରଶିକ୍ଷଣ ଦେବା ପାଇଁ ସରକାରଙ୍କ ତରଫରୁ ନେବାକୁ ଥିବା ପଦକ୍ଷେପକୁ ଶ୍ରୀ ମିତ୍ତଲ ଉଚ୍ଚପ୍ରଶଂସା କରିଛନ୍ତି ।

ସୁବାହକ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୮ ହଜାର ୪୦୦ ନୂତନ ଭାରୀଯାନ ଡ୍ରାଇଭରଙ୍କୁ ତାଲିମ ଦେବା ଏବଂ ପ୍ରତିବର୍ଷ ଅନ୍ୟ ୫୦ ହଜାର ଭାରୀଯାନ ଡ୍ରାଇଭରଙ୍କୁ ରିଫ୍ରେଶର ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରକ୍ଷକ ଜୁନିଅର କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୬୫ ହଜାର ଏନ୍‌ସିସି ସ୍ୱେଚ୍ଛାସେବୀଙ୍କୁ ସଡ଼କ ସୁରକ୍ଷା ଉପରେ ସ୍ୱତନ୍ତ୍ର ତାଲିମ ଦିଆଯିବାକୁ ବ୍ୟବସ୍ଥା ହୋଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କଠୋର କାର୍ଯ୍ୟକାରିତାକୁ (ଏନ୍‌ଫୋର୍ସମେଣ୍ଟ) ମଧ୍ୟ ସଚିବ ପ୍ରଶଂସା କରିଥିଲେ । ଶ୍ରୀ ମିତ୍ତଲ ପୂର୍ବରୁ ପୁରୀ ଏବଂ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି ଉଭୟ ଜିଲ୍ଲାର ତାଧିକାରୀ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ ଭାବେ ଏନ୍‌ଏଚ୍‌-୩୧୬ (ଭୁବନେଶ୍ୱର- ପୁରୀ) ଏବଂ ଏନ୍‌ଏଚ୍‌-୧୬ (ଭୁବନେଶ୍ୱର-ବ୍ରହ୍ମପୁର) ପରିଦର୍ଶନ କରିଥିଲେ । ଉଭୟ ରାସ୍ତା ଉପରେ କିଛିଟା ସଂଶୋଧନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ଏନ୍‌ଏଚ୍‌ ୩୧୬ ସଂଶୋଧନ ପ୍ରସ୍ତାବ ମଧ୍ୟରେ ରାସ୍ତା ଜବରଦଖଲର ଉଚ୍ଛେଦ, ବ୍ଲାକ ସ୍ପଟ୍‌ର ସଂଶୋଧନ, ପୁରୀ ଏବଂ ଭୁବନେଶ୍ୱର ମଧ୍ୟରେ ଥିବା ସମସ୍ତ ପ୍ରମୁଖ ମିଳନସ୍ଥଳରେ ଆଇଇଏମ୍‌ଏସ୍‌ କିମ୍ୱା କ୍ୟାମେରା ଆଧାରିତ ବ୍ୟବସ୍ଥାର କାର୍ଯ୍ୟକାରିତା, ପର୍ଯ୍ୟାପ୍ତ ଆଲୋକୀକରଣ ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ଏନ୍‌ଏଚ୍‌ -୧୬ର ଖଲ୍ଲିକୋଟ ଘାଟ ଅଞ୍ଚଳରେ ସଠିକ୍‌ ଆଲୋକୀକରଣ ନିଶ୍ଚିତ ହେବା ଆବଶ୍ୟକ ବୋଲି ଶ୍ରୀ ମିତ୍ତଲ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

You can also read….

   Related Posts