ନୂଆଦିଲ୍ଲୀ: ନିଜ ନିଷ୍ପତ୍ତି ନିଜେ ଖାରଜ୍ କଲେ ସୁପ୍ରିମକୋର୍ଟ । ଭୋଟ୍ ଦେବା ପାଇଁ ଲାଞ୍ଚ ନେଉଥିବା ମାମଲାରେ ୨୬ ବର୍ଷର ପୁରୁଣା ନିଷ୍ପତ୍ତିକୁ ଖାରଜ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଲାଞ୍ଚ ନେଉଥିବା ବିଧାୟକ କିମ୍ବା ସାଂସଦଙ୍କୁ ମୁକ୍ତି ପାଇଁ ଅସହମତି ପ୍ରକାଶ କରିଛନ୍ତି। ୧୯୯୮ର ପିଭି ନରସିଂହ ରାଓ ମାମଲାର ନିଷ୍ପତ୍ତିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି କୌଣସି ସାଂସଦ କିମ୍ବା ବିଧାୟକ ଯେ କୌଣସି ବିଧେୟକ ଉପରେ ଭୋଟ୍ ଦେବାକୁ ଯଦି ଲାଞ୍ଚ ନିଅନ୍ତି, ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ।
ସୁପ୍ରିମକୋର୍ଟଙ୍କ ୭ଜଣିଆ ସାମ୍ବିଧାନିକ ପୀଠ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ‘ସୀତା ସୋରେନ୍ ବନାମ ଭାରତ ସରକାର’ ମାମଲାରେ ଏହି ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼, ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ, ଜଷ୍ଟିସ୍ ପିଏସ୍ ନରସିଂହା, ଜଷ୍ଟିସ୍ ଜେ.ବି ପାରଦୀୱାଲା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ସମ୍ବିଧାନର ଧାରା ୧୦୫ (୨) ଏବଂ ୧୯୪ (୨) ଅନୁଯାୟୀ ସାଂସଦ ଏବଂ ବିଧାୟକମାନେ ଉପଭୋଗ କରୁଥିବା ବିଶେଷାଧିକାରକୁ ବ୍ୟାଖ୍ୟା କରିଛନ୍ତି।
ଅଦାଲତରେ ପ୍ରଶ୍ନ ଉଠିଥିଲା ଯେ ଲାଞ୍ଚ ବଦଳରେ ସଂସଦରେ ଭାଷଣ ଦେବା କିମ୍ବା ଗୃହରେ ଭୋଟ୍ ଦେବା ମାମଲାରେ ଜନ ପ୍ରତିନିଧୀମାନେ ଆଇନଗତ ପ୍ରକ୍ରିୟାରୁ ସୁରକ୍ଷା ଦାବି କରିପାରିବେ କି ? ୧୯୯୮ର ନିଜସ୍ୱ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କୁ ପୁନର୍ବିଚାର କରିବାକୁ ପଡ଼ିଥିଲା। ସୁପ୍ରିମକୋର୍ଟ କହିଛନ୍ତି, ଯେ ବିଧେୟକରେ କୌଣସି ସଦସ୍ୟଙ୍କ ଦ୍ୱାରା ଦୁର୍ନୀତି କିମ୍ବା ଲାଞ୍ଚର ପ୍ରଭାବ, ଜନସାଧାରଣଙ୍କ ଅଖଣ୍ଡତାକୁ ନଷ୍ଟ କରିଦିଏ।
wp:embed {"url":"https://www.prameyanews7.com/ready-to-face-probe-agency-but-on-video-call-arvind-kejriwal/","type":"wp-embed","providerNameSlug":"prameya-news-7"}ଏହିପରି ଭାବରେ, ସାଂସଦ କିମ୍ବା ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେଲେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରିବେ ନାହିଁ। ୧୯୯୮ର ନରସିଂହ ରାଓ ବିଚାରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୯୯୮ରେ, ୫ ଜଣ ବିଚାରପତିଙ୍କ ଏକ ସମ୍ବିଧାନିକ ଖଣ୍ଡପୀଠ ଦୁଇ ତୃତିୟାଂଶ ବହୁମତ ସହିତ ନିଷ୍ପତ୍ତି ନେଇଥିଲେ ଯେ, ଏହିପରି ଲାଞ୍ଚ ମାମଲାରେ ଜନ ପ୍ରତିନିଧୀଙ୍କୁ କୋର୍ଟ ଚାଲାଣ କରାଯାଇପାରିବ ନାହିଁ କି ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।
୨୦୨୩ ଅକ୍ଟୋବର ୨୩ ତାରିଖରେ ସାତ ଜଣିଆ ଖଣ୍ଡପାଠ ମାମଲାର ସମସ୍ତ ପକ୍ଷକୁ ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ । ତେବେ ଆଜି ସୁପ୍ରିମକୋର୍ଟ ଏହା ଉପରେ ବଡ଼ ରାୟ ଶୁଣାଇଛନ୍ତି ।