ନୂଆଦିଲ୍ଲୀ ୨୦/୦୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେକ୍ଷୋଭ ପ୍ରକାଶ କରିବା ସହ କଡା ପ୍ରତିକ୍ରିୟା ଦେଇ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଏହା ସାମ୍ବିଧାନିକ ବିଫଳତା ।
ଏଭଳି କାଣ୍ଡ ଅଗ୍ରହଣୀୟ, ଏହା ଉପରେ ସରକାର ତୁରନ୍ତ ଆକ୍ସନ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ନାରୀଙ୍କୁ ଉପଯୋଗ କରିବା ଘଟଣା ଅସହ୍ୟ ଓ ଗ୍ରହଣ ଯୋଗ୍ୟ ନୁହେଁ। ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ ଓ ଦୁଃଶ୍ଚିନ୍ତାର କାରଣ ବୋଲି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିବା ସହିତ ସେ ଅଞ୍ଚଳର ନାରୀ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନିଆଗଲା ସେ ବିଷୟରେ ସରକାର ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇବା ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
କେନ୍ଦ୍ର ସରକାର ଓ ଏନ୍ . ବିରେନ୍ ସିଂହଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଜୁଲାଇ ୨୮ ତାରିଖ ଦିନ ଏହି ଘଟଣାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଭିତରେ ମଣିପୁରର ଏହି ସମ୍ବେଦନଶୀଳ ଭିଡିଓକୁ ସେୟାର ନକରିବାକୁ ଟୁଇଟର୍ ଏବଂ ଅନ୍ୟ ସୋସିଆଲ୍ ମିଡିଆକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
you can also read..
wp:embed {"url":"https://www.prameyanews7.com/pm-modi-on-manipur-women-video/","type":"wp-embed","providerNameSlug":"prameya-news-7"} /wp:embed