ପୂର୍ଣ୍ଣ ହେଲା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା: ଶପଥ ନେଲେ ଦୁଇ ବିଚାରପତି

Published By : Prameya-News7 Bureau | February 13, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆବଶ୍ୟକ ସମସ୍ତ ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି। ସୋମବାର ଜଷ୍ଟିସ୍‌ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାର ବିଚାରପତି ଭାବେ ଶପଥ ନେବା ପରେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୪ ହୋଇଛି।

ସୁପ୍ରିମକୋର୍ଟ ବିଚାରପିତ ଭାବେ ଶପଥ ନେବା ପର୍ବରୁ ଜଷ୍ଟିସ୍ ବିନ୍ଦଲ ଅଲ୍ଲାହବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସେହିପରି ଜଷ୍ଟିସ କୁମାର ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଦୁଇ ବିଚାରପତିଙ୍କ ଶପଥଗ୍ରହଣ ପରେ ଦୀର୍ଘ ୯ ମାସ ପରେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ଫୁଲ୍ ହୋଇଛି।

{"id":745251,"width":841,"height":777,"sizeSlug":"full","linkDestination":"none"}

ଏହା ପୂର୍ବରୁ ଫେବ୍ରୁଆରୀ ୬ ତାରିଖରେ ୫ ଜଣ ବିଚାରପତି ସୁପ୍ରିମକୋର୍ଟ ବିଚରାପତି ଭାବେ ଶପଥ ନେଇଥିଲେ। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ୫ ବିଚାରପତିଙ୍କୁ ଶପତ ପାଠ କରାଇଥିଲେ। ପୂର୍ବରୁ ଶପଥ ନେଇଥିବା ବିଚାରିପତି ହେଲେ ପଙ୍କଜ ମିଥାଲ, ସଞ୍ଜୟ କରୋଲ, ପିଭି ସଞ୍ଜୟ କୁମାର, ଅଶଦୁଦ୍ଦିନ ଅମନୁଲ୍ଲାହ ଏବଂ ମନୋଜ ମିଶ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.