AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

‘ମାର୍ଚ୍ଚ ୧୫ ସୁଦ୍ଧା ଓ୍ବାନ୍ ରାଙ୍କ୍ ଓ୍ବାନ୍‌ ପେନ୍‌ସନର ବକେୟା ଦିଅ’: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

9/01/2023 at 8:10 PM

ନୂଆଦିଲ୍ଳୀ, ୦୯/୦୧: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି । ‘ଓ୍ବାନ୍‌ ରାଙ୍କ୍‌ ଓ୍ବାନ୍‌ ପେନ୍ସନ’ (ଓଆରଓପି) ଯୋଜନା ଅନୁଯାୟୀ ବେତନକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦ୍ବାରା କରାଯାଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ପରେ ଓଆରଓପିର ସବୁ ବକେୟା ଦେୟ ଯଥାଶୀଘ୍ର ବେତନଭୋଗୀଙ୍କୁ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଓଆରଓପି ସେନାର ସେହି କର୍ମୀଙ୍କୁ ଦିଆଯାଇଥାଏ, ଯେଉଁମାନେ ସମାନ ସେବା ଅବଧି ସହ ସମାନ ରାଙ୍କ୍‌ରେ ସେବାନିବୃତ ହୋଇଥାନ୍ତି।

ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ନ୍ୟାୟମୂର୍ତ୍ତି ପିଏସ ନରସିମ୍ହାଙ୍କ ପୀଠ ସୋମବାର ଯାଚିକାର ଶୁଣାଣି କରିଛନ୍ତି। ପୀଠ ସଶସ୍ତ୍ର ବଳର ସବୁ ଯୋଗ୍ୟ ପେନ୍ସସନଭୋଗୀଙ୍କୁ ’ଓ୍ବାନ୍ ରାଙ୍କ୍ ଓ୍ବାନ୍‌ ପେନ୍ସନ’ ଯୋଜନା ଅନୁଯାୟୀ ବକେୟା ରାଶି ଦେବାପାଇଁ କେନ୍ଦ୍ରକୁ ୧୫ ମାର୍ଚ୍ଚ୨୦୨୩ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହା ସହ ସଶସ୍ତ୍ର ବଳରେ ଯେଉଁମାନେ ଯୋଗ୍ୟ ପେନ୍ସନଭୋଗୀ ଅଛନ୍ତି ସେମାନଙ୍କୁ ବକେୟା ରାଶି ତୁରନ୍ତ ପ୍ରଦାନ କରାଯାଉ ଏବଂ ଆଗକୁ ମଧ୍ୟ ଏଥିରେ କୌଣସି ବିଳମ୍ବ ନହେବା ଉଚିତ୍ ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ।

ସେହିଭଳି କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣୀ ଜେନେରାଲ ଆର୍‌ ଭେଙ୍କଟରମଣୀ କହିଛନ୍ତି ଯେ ପେନ୍ସନଭୋଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇସାରିଛି। ଏବେ ଏହି ତାଲିକାକୁ ଅନ୍ତିମ ମଞ୍ଜୁରୀ ପାଇଁ ରକ୍ଷା ମନ୍ତ୍ରାଳୟ ପଠାଯାଇଛି ଏବଂ ୧୫ ମାର୍ଚ୍ଚ ସୁଦ୍ଧା ସଶସ୍ତ୍ର ବଳର ୨୫ ଲକ୍ଷ ବେତନଭୋଗୀଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହୋଇଯିବ।

ସୂଚନାଯୋଗ୍ୟ, ଗତ ମାସରେ କେନ୍ଦ୍ର ସରକାର ସଶସ୍ତ୍ର ବଳର ସବୁ ଯୋଗ୍ୟ ପେନ୍ସନଭୋଗୀଙ୍କୁ ଓ୍ବାନ ରାଙ୍କ୍ ଓ୍ବାନ୍ ପେନ୍ସନ ଯୋଜନାର ବକେୟା ରାଶି ଦେବା ପାଇଁ ୧୫ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଅବଧି ବଢ଼ାଇବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଦ୍ବିତୀୟ ଥର ପାଇଁ କେନ୍ଦ୍ରକୁ ପେନ୍ସନ ଦେବା ପାଇଁ ସମୟ ଦେଇଛନ୍ତି। ଗତବର୍ଷ ଜୁନ୍‌ରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଥମଥର ତିନି ମାସର ସମୟ ମାଗାଯାଇଥିଲା। ଆଉ ଏବେ ଦ୍ବିତୀୟ ଥର ଅତିରିକ୍ତ ସମୟ ଦେବା ପାଇଁ ଅନୁରୋଧକୁ ସ୍ବୀକାର କରିଛନ୍ତି ସୁପ୍ରିମକୋର୍ଟ।

   Related Posts