'ବିଧବା ମହିଳାଙ୍କ 'ଶୃଙ୍ଗାର'ର ଆବଶ୍ୟକତା ନାହିଁ'; ପାଟନା ହାଇକୋର୍ଟଙ୍କ ଟିପ୍ପଣୀ ଉପରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: ପାଟନା ହାଇକୋର୍ଟଙ୍କ ବିଧାବା ନାରୀଙ୍କ ମେକ୍‌ଅପ୍ ସାମଗ୍ରୀ ଟିପ୍ପଣୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।  ସର୍ବୋଚ୍ଚ ଅଦାଲତ ଏହାକୁ ଅତ୍ୟଧିକ ଆପତ୍ତିଜନକ କହିଛନ୍ତି । ଅଦାଲତରୁ ଏଭଳି ଟିପ୍ପଣୀ ମିଳିବା ଉପେକ୍ଷିତ ସମ୍ବେଦନଶୀଳତାର ଅନୁରୂପ ନୁହେଁ । ୧୯୮୫ର ଏକ ହତ୍ୟା ମାମଲାରେ ପାଟନା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନର ବିଚାର କରୁଥିଲେ ସୁପ୍ରିମକୋର୍ଟ । ଏହି ମାମଲାରେ ଜଣେ ମହିଳାଙ୍କ ପୈତୃକ ଘରକୁ କବଜା କରି କିଛି ଦୁର୍ବୃତ୍ତ ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କୁ ହତ୍ୟା କରିଥିଲେ । ପାଟନା ହାଇକୋର୍ଟ ଏଥିରେ ପାଞ୍ଚ ଜଣଙ୍କୁ ଦୋଷୀ ଘୋଷଣା କରି ଅନ୍ୟ ଦୁଇ ଅଭିଯୁକ୍ତ ଛାଡ଼ି ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟ ଖାରଜ କରି ମୁକ୍ତ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।  

ନ୍ୟାୟଧୀଶ ଜଷ୍ଟିସ୍ ବେଲା ଏମ. ତ୍ରିବେଦୀ ଏବଂ ନ୍ୟାୟଧୀଶ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ପାଟନା ହାଇକୋର୍ଟଙ୍କୁ ପ୍ରଶ୍ନ କରି କହିଥିଲେ, ବସ୍ତାବରେ ଯାଞ୍ଚ ହୋଇଛି କି ନାହିଁ, ପୀଡିତା ସେହି ଘରେ ରହୁଥିଲେ, ଯେଉଁଠୁ ତାଙ୍କୁ ଅପହରଣ କରାଯାଇଛି । କେବଳ ମହିଳାଙ୍କ ମା’ ଏବଂ ଯାଞ୍ଚ ଅଧିକାରୀଙ୍କ ସାକ୍ଷ୍ୟ ଆଧାରରେ ଉଚ୍ଚ ଅଦାଲତ ନିଷ୍କର୍ସରେ ପହଞ୍ଚିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଖଣ୍ଡପୀଠ କହିଛନ୍ତି, ଯାଞ୍ଚ ଅଧିକାରୀ ନୀରିକ୍ଷଣ ବେଳେ ଘର ଭିତରୁ କେବଳ କିଛି ମେକଅପ୍ ସାମଗ୍ରୀକୁ ଛାଡ଼ି ଅନ୍ୟ କୌଣସି ପ୍ରମାଣ ସଂଗ୍ରହ କରିନାହାନ୍ତି । ଯେଉଁଠୁ ଜଣାପଡ଼ିଛି ମହିଳା ବାସ୍ତବରେ ସେହି ଘରେ ରହୁଥିଲେ । ସମାନ ଘରେ ଅନ୍ୟ ଜଣେ ମହିଳାଙ୍କ ମଧ୍ୟ ରହୁଥିଲେ, ଯିଏ ବିଧବା । 

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ପାଟନା ହାଇକୋର୍ଟ ଏହା ଉପରେ ଧ୍ୟାନ ଦେଉଥିଲେ । କିନ୍ତୁ ଏହା କିହି ଟାଳି ଦେଇଛନ୍ତି, ଦ୍ବିତୀୟ ମହିଳାଙ୍କ ଜଣକ ବିଧବା ଅଟନ୍ତି, ତେଣୁ ତାଙ୍କର ଶୃଙ୍ଗାର ସାମଗ୍ରୀର କୌଣସି ଆବଶ୍ୟକତା ନାହିଁ । ସର୍ବୋଚ୍ଚ ଅଦାଲତ ନିଜ ରାୟରେ କହିଛନ୍ତି, ପାଟନା ହାଇକୋର୍ଟଙ୍କ ଟିପ୍ପଣୀ କେବଳ ଆଇନ ଆଧାରରେ ଗ୍ରହଣୀୟ ନୁହେଁ ବରଂ ଅତ୍ୟଧିକ ଆପତ୍ତିଜନକ । ଏଭଳି ଟିପ୍ପଣୀ ଅଦଲତରେ ଉପେକ୍ଷିତ ସମ୍ବେଦନଶୀଳତାର ଅନୁରୂପ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.