oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

କେନ୍ଦ୍ର ସରକାରଙ୍କୁ କଠୋର ଶବ୍ଦରେ ଭର୍ତ୍ସନା କଲେ ସୁପ୍ରିମକୋର୍ଟ : ଟ୍ରିବ୍ୟୁନାଲର ଖାଲି ପଦବୀ ପୂରଣରେ ବିଳମ୍ବ ନେଇ ଗର୍ଜିଲେ, ଅଦାଲତଙ୍କ ଧୈର୍ଯ୍ୟ ପରୀକ୍ଷା ନକରିବାକୁ ଚେତାବନୀ

6/09/2021 at 2:26 PM

ନୂଆଦିଲ୍ଲୀ,୦୬/୦୯:  ଉଚ୍ଚତମ ନ୍ୟାୟଳୟ ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର ଧର୍ଯ୍ୟର ପରୀକ୍ଷା ନକରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ଏନଭି ରମନା, ନ୍ୟାୟାଧିଶ ଡିଓ୍ୱାଇ ଚନ୍ଦ୍ରଚୂଡ ଓ ନ୍ୟାୟାଧିଶ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ସେଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ନିଯୁକ୍ତିରେ କୌଣସି ଅନିୟମିତତା କିମ୍ବା ବିଳମ୍ବ ହୁଏ ତେବେ ସରକାରଙ୍କ ବିରୋଧରେ ଅଦାଲତ ଅବମାନନାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପ୍ରଧାନ ବିଚାରପତି କହିଥିଲେ ଯେ, କୋର୍ଟଙ୍କ ନିଷ୍ପତ୍ତି ପ୍ରତି ସରକାର ସମ୍ମାନ ଜଣାଉ ନାହାଁନ୍ତି । ସରକାର କିଛି ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବା କହୁଛନ୍ତି । କିନ୍ତୁ କେତେ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି, ଅନ୍ୟ ନିଯୁକ୍ତି ସବୁ କୁଆଡେ ଗଲା  ବୋଲି ସେ ପ୍ରଶ୍ନ କରିଛନ୍ତି ।

ସରକାରଙ୍କୁ ଚେତାବନୀ ନେଇ ସେ କହିଛନ୍ତି ଯେ, ତାଙ୍କ ପାଖରେ ତିନୋଟି ବିକଳ୍ପ ରହିଛି । ସେ ଆଇନ ଉପରେ ରୋକ ଲଗାଇପାରନ୍ତି କିମ୍ବା ନ୍ୟାୟାଳୟକୁ ବନ୍ଦ କରିବା ପାଇଁ ଆଦେଶ ଦେଇପାରନ୍ତି ଓ ତାର ଶକ୍ତିକୁ ହାଇକୋର୍ଟଙ୍କୁ ପ୍ରଦାନ କରିପାରନ୍ତି କିମ୍ବା ସେ ନିଜେ ନିଯୁକ୍ତି କରିପାରନ୍ତି ।

ଶୁଣାଣି ବେଳେ ନ୍ୟାୟାଧିଶ ଏଲ ନାଗେଶ୍ୱର ରାଓ କହିଥିଲେ ଯେ, ବିଭିନ୍ନ ତଳ କୋର୍ଟରେ ନିୟୁକ୍ତି ନକରି ସରକାର ପ୍ରଭାବହୀନ କରିଦେଉଛନ୍ତି । ଏହି ମାମଲାର ଆସନ୍ତା ଶୁଣାଣି ସେପ୍ଟେମ୍ବର ୧୩ରେ ହେବ ବୋଲି କୋର୍ଟ କହିଛନ୍ତି ।  

   Related Posts