krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଏକାଠି ବସି ନିଷ୍ପତ୍ତି ନିଅନ୍ତୁ ’, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଲଜିଙ୍କୁ  ସୁପ୍ରିମକୋର୍ଟଙ୍କ ପରାମର୍ଶ

17/07/2023 at 5:48 PM

ନୂଆଦିଲ୍ଲୀ, ୧୭/୦୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଲଜିଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । କହିଲେ କଳହ ନକରି ଏକାଠି ବସି ମିଳିମିଶି ନିଅନ୍ତୁ ନିଷ୍ପତ୍ତି। ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲଟୋରୀ କମିଶନ (ଡିଇଆରସି)ର ଚେୟାରମ୍ୟାନ ନିଯୁକ୍ତିକୁ ନେଇ ଦିଲ୍ଲୀ ସରକାର ଏବଂ ରାଜଭବନ ମଧ୍ୟ ଜାରି ରହିଥିବା ବିବାଦକୁ ନେଇ ଏଭଳି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ‘‘କଳହରୁ ଉପରକୁ ଉଠି ଉଭୟ ମିଳିମିଶି ନିଷ୍ପତ୍ତି ନେବା ଦରକାର।’’ ସୁପ୍ରିମକୋର୍ଟ ମନେ ପକାଇଛନ୍ତି ଯେ, ସେମାନେ ସାମ୍ବିଧାନିକ ପଦରେ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଏଲଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ବସି ଡିଇଆରସିର ନୂଆ ଚେୟାରମ୍ୟାନଙ୍କ ନାମ ନିର୍ଣ୍ଣୟ କରିବା ଦରକାର। କେସ୍‌ର ଶୁଣାଣି ଆଗାମୀ ଗୁରୁବାର ହେବ।

ଆହୁରି ପଢ଼ନ୍ତୁ: ‘ସୁପ୍ରିମକୋର୍ଟଙ୍କୁ ପୋଷ୍ଟ ଅଫିସ୍‌ ଭାବୁଛନ୍ତି କି ?’: ଓକିଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ୍‌

ସୂଚନାଥାଉକି, ଏଲଜି ବିକେ ସକ୍ସେନା ଡିଇଆରସି ଚେୟାରମ୍ୟାନ ଭାବରେ ଜୁନ ୨୧ରେ ଉମେଶ କୁମାରଙ୍କ ନାମ​‌ରେ ମୋହର ମାରିଥିଲେ। ଜୁଲାଇ ୪ରେ ଉମେଶ ଶପଥ ଗ୍ରହଣ କରିବାର ଥିଲା କିନ୍ତୁ ଏହା ଉପରେ ସୁପ୍ରିମକୋର୍ଟ । ପ୍ରକୃତରେ ଆପ୍‌ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଯେ, ଏଲଜି ଏହି ନିଷ୍ପତ୍ତି ଏକତରଫା ଭାବରେ କରିଥିଲେ।

ତେବେ ଏହି ମାମଲାରେ ଆଗାମୀ ଶୁଣାଣି ଗୁରୁବାର ହେବା ନେଇ କହିଛନ୍ତି ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହ ଏବଂ ମନୋଜ ମିଶ୍ରା । ସୁପ୍ରିମକୋର୍ଟ ଏଲଜି ଏବଂ ମୁଖ୍ୟମନ୍ତ୍ରୀଙ୍କ ଓକିଲଙ୍କୁ କୋର୍ଟ​‌ରେ ଆଜି ଘଟଣାକ୍ରମରୁ ଅବଗତ କରିବାକୁ କହିଛନ୍ତି। ବେଞ୍ଚ କହିଛନ୍ତି, ‘ଦୁଇ ସମ୍ବିଧାନିକ ପଦାଧିକାରୀଙ୍କୁ ରାଜନୀତିକ କଳହରୁ ଉପରକୁ ଉଠିବା ଦରକାର ଏବଂ ସେ ଡିଆରସି ଅଧ୍ୟକ୍ଷଙ୍କ ପାଇଁ ଦ୍ବିତୀୟ ନାମ ଦେବା ଦରକାର।’’

ଆହୁରି ପଢ଼ନ୍ତୁ: ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ପହଞ୍ଚିଲେ ବିଦେଶ ମନ୍ତ୍ରୀଙ୍କ ସହ ୧୧ ପ୍ରାର୍ଥୀ, ଟିଏମସିରୁ ଛଅ

   Related Posts