ସୁପ୍ରିମକୋର୍ଟ କହିଲେ- ବିସ୍ମୟଜନକ ଓ ବିଭ୍ରାନ୍ତକର : ୨୦୧୫ରୁ ଇଚ୍ଛେଦ ହେଲାଣି, ତଥାପି କିପରି ପୋଲିସ ଆଇଟି ଆକ୍ଟର ଧାରା ୬୬(ଏ)ରେ ଏଫଆଇଆର ରୁଜୁ କରୁଛି ?

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ,୦୫/୦୭:  ପୋଲିସ ଏବେବି ଧାରା ୬୬(ଏ) ଆଧାରରେ ମାମଲା ରୁଜୁ କରୁଛି । ଲୋକଙ୍କୁ ଗିରଫ ମଧ୍ୟ କରୁଛି । ୨୦୧୫ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଏହି ଧାରାକୁ ଉଚ୍ଛେଦ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । ଯାହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଆରଏଫ ନରିମାନ ଓ କେଏମ ଜୋସେଫଙ୍କୁ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସାରା ଦେଶରେ ପୋଲିସ ଆଇଟି ଆକ୍ସ ୬୬(ଏ)  ଆଧାରରେ ମାମଲା ରୁଜୁ କରୁଛି । କୋର୍ଟ ପିପୁଲ୍ସ ୟୁନିଅନ୍ ଫର୍ ଲିବର୍ଟିସର ଏକ ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ସଞ୍ଜୟ ପାରେଖ କହିଛନ୍ତି ଯେ, ଧାରା ୬୬(ଏ)କୁ ଉଚ୍ଛେଦ କରାଯାଇ ସାରିଛି । ଏହାପରେ ବି ହଜାର ହଜାର ମାମଲା ରୁଜୁ ହେଉଛି । ଏହା ଶୁଣିବା ପରେ ଜଷ୍ଟିସ୍ ନରିମାନ ଆଶ୍ଚର୍ଯ୍ୟଜନକ ବୋଲି କହିଥିଲେ ।

କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କହିଥିଲେ ଯେ,  ଧାରା ୬୬(ଏ) ପାଖରେ ଏକ ବ୍ରାକେଟରେ ଉଚ୍ଛେଦ କରାଯାଇଥିବା ବାବଦରେ ଉଲ୍ଲେଖ କରାଯାଉ । ତେବେ କୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି ।

ସୂଚନାଯୋଗ୍ୟ, ଆଇଟି ଆକ୍ଟର ଧାରା ୬୬(ଏ) ଅନୁସାରେ ଯେକୌଣସି ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ଦୋଷାବହ ପୋଷ୍ଟିଂ ପାଇଁ ଗିରଫ ଖରାଯାଇପାରିବ । ଏହାସହ ୩ ବର୍ଷ ଯାଏଁ ଜେଲଦଣ୍ଡର ମଧ୍ୟ ପ୍ରାବଧାନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.