AGR ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, ବକେୟା ଅର୍ଥ ଦେବା ପାଇଁ ଟେଲିକମ୍‌ କମ୍ପାନୀଙ୍କୁ ୧୦ବର୍ଷ ସମୟ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ମାନ୍ୟବର କୋର୍ଟଙ୍କ ରାୟରେ ଭାରତୀୟ ଟେଲିକମ୍‌ କମ୍ପାନୀମାନଙ୍କ ବଡ ରିହାତି ମିଳିଛି । ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟା ଦେବା ପାଇଁ କମ୍ପାନୀମାନଙ୍କୁ ୧୦ ବର୍ଷର ସମୟ ଦିଆଯାଇଛି । କିନ୍ତୁ କମ୍ପାନୀମାନଙ୍କ ପକ୍ଷରୁ ୧୫ବର୍ଷର ସମୟ ମଗାଯାଇଥିଲା । ଏହି ଖବର ପରେ, ଭୋଡାଫୋନ୍-ଆଇଡିଆ ସେୟାର NSE ରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଏହାସହିତ ଭାରତୀ ଏୟାରଟେଲର ଷ୍ଟକ ୫ ପ୍ରତିଶତ ବୃଦ୍ଧି ପାଇଛି। AGRର ବକେୟା ରାଶି ଉପରେ ଅକ୍ଟୋବର ୨୪, ୨୦୧୯ରେ ସୁପ୍ରିମକୋର୍ଟ ଏହାର ପ୍ରଥମ ରାୟ ଦେଇଛନ୍ତି। ଏହା ପରେ ଭୋଡାଫୋନ୍ ଆଇଡିଆ ଖୋଲାଖୋଲି ଭାବେ କହିଥିଲେ ଯେ,  ଯଦି ଏହି ମାମଲାର ସମାଧାନ ନହୁଏ , ତେବେ ଭାରତରେ ନିଜର କାର୍ଯ୍ୟ ବନ୍ଦ କରିବାକୁ ପଡିବ।

ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟରେ ଏକ ପୀଠ ମଙ୍ଗଳବାର ଦିନ କହିଛନ୍ତି ଯେ, ୩୧ମାର୍ଚ ୨୦୨୧ ପର୍ଯ୍ୟନ୍ତ ଟେଲିକମ୍‌ କମ୍ପାନୀମାନଙ୍କ ନିକ ବକେୟାର ୧୦ ପ୍ରତିଶତ ଦେବାକୁ ପଡିବ । ଏହାସହିତ ଶେଷ ରାଶି ମାର୍ଚ୍ଚ ୩୧, ୨୦୩୧ ପର୍ଯ୍ୟନ୍ତ ଦାଖଲ କରିବାକୁ ପଡିବ । ସୁପ୍ରିମକୋର୍ଟ ନିଜ ରାୟରେ ଏହା ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀ ପାଇଁ ଏହି ଅବଧି ବଢାଯାଇଛି । ଯଦି ଆଗକୁ ବକେୟା ଦାଖଲରେ ବିଳମ୍ବ ହୁଏ, ତେବେ କୋର୍ଟ ନିର୍ଦ୍ଦେଶ ଅବମାନନା ଅନୁଯାଯୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଯଦି ବର୍ଷ ସମୟ ମଧ୍ୟରେ ବକେୟା ପୈଠ ନହୁଏ, ତେବେ ପେନାଲ୍‌ଟି ଦେବାକୁ ପଡିବ ।

ଏହାପୂର୍ବରୁ ଏୟାରଟେଲ୍‌ ସୁପ୍ରିମକୋର୍ଟରେ ହଲପନାମା ଦାଖଲ କରି ୨୦ବର୍ଷ ପର୍ଯ୍ୟନ୍ତ ସମୟ ମାଗିଥିଲା । ଏୟାରଟେଲ୍‌ ସରକାରଙ୍କୁ ୧୩,୦୦୪ କୋଟି ଟଙ୍କା ଦେଇସାରିଛି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ ବୋଲି ଏୟାରଟେଲ୍‌ ପକ୍ଷରୁ କୁହାଯାଇଛି । ୨୧ଜୁଲାଇକୁ ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଏସ୍‌ ଅବ୍‌ଦୁଲ ଓ ଜଷ୍ଟିସ୍‌ ଏମ୍‌.ଆର୍‌ ଶାହଙ୍କ ପୀଠ ଟେଲିକମ୍‌ କମ୍ପାନୀଙ୍କ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

AGR ମାମଲା କ’ଣ- ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ (ଏଜିଆର) ଟେଲିକମ ବିଭାଗ (ଡିଓଟି)ଙ୍କ ଦ୍ୱାରା ଟେଲିକମ୍ କମ୍ପାନୀଙ୍କ ଲାଗି ଧାର୍ଯ୍ୟ ୟୁସେଜ୍ ଓ ଲାଇସେନସିଂ ଫି। ଏହା ମଧ୍ୟ ୨ଟି ଭାଗରେ ବିଭକ୍ତ । ଏଥିରୁ ସ୍ପେକ୍ଟ୍ରମ ୟୁସେଜ ଚାର୍ଜ ଓ ଲାଇସେନ୍ସ ଫି ଯଥାକ୍ରମେ ଯାହା କ୍ରମଶଃ ୩-୫ ଓ ୮ପ୍ରତିଶତ ଅସୁଲ ହୋଇଥାଏ। ଟେଲିକମ୍‌ ବିଭାଗ କହିଥିଲା କି ଏଜିଆରର ଗଣନା ଟେଲିକମ୍‌ କମ୍ପାନୀର ହେବାକୁ ଥିବା ମୋଟ ଆୟର ଆଧାରରେ ହେବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.