ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମୁକୁଳିବେ ରାଜୀବ ହତ୍ୟାକାରୀ, ନଳିନୀ ସମେତ ୬ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

11/11/2022 at 2:37 PM

ନୂଆଦିଲ୍ଲୀ ୧୧।୧୧: ସୁପ୍ରିମକୋର୍ଟ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଜେଲରେ ବନ୍ଦୀ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଏ ନେଇ ସୁପ୍ରିମକୋର୍ଟ ତାଙ୍କ ରାୟରେ ଯଦି ଦୋଷୀଙ୍କ ବିରୋଧରେ କୌଣସି ଅନ୍ୟ ମାମଲା ନାହିଁ ତେବେ ସେମାନଙ୍କୁ ମୁକ୍ତ କରିଦିଆଯିବା ଦରକାର ବୋଲି କହିଛନ୍ତି। ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦୀର୍ଘ ସମୟରୁ ରାଜ୍ୟପାଳ ପ୍ରସଙ୍ଗରେ ପଦକ୍ଷେପ ନେଉ ନାହାନ୍ତି, ଏଣୁ ଆମକୁ ନିଷ୍ପତ୍ତି ନେବାକୁ ପଡୁଛି।

କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ପେରାରୀଭଲନର ମୁକ୍ତି ଆଦେଶ ମାମଲାର ବାକି ଦୋଷୀଙ୍କ ନିମନ୍ତେ ଲାଗୁ ହେବ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଗତ ମେ ମାସରେ ରାଜୀବ ହତ୍ୟାକାରୀଙ୍କ ସହ ସାମିଲ ପେରାରୀଭଲନର ମୁକ୍ତି ଲାଗି  ଆଦେଶ ଦେଇଥିଲେ।  ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ନଳିନୀ, ରବିଚନ୍ଦ୍ରନ, ମୁରୁଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପାୟସଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ମାମଲାରେ ଦୋଷୀ ପେରାରୀଭଲନ ପ୍ରଥମରୁ ମୁକ୍ତ ହୋଇସାରିଛନ୍ତି। ସୁପ୍ରିମକୋର୍ଟ ଗତ ମେ ୧୮ ତାରିଖ ଦିନ ଜେଲରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ନିମନ୍ତେ ପେରାରୀଭଲନକୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏଲ.ନାଗେଶ୍ୱରଙ୍କ ବେଞ୍ଚ ଆର୍ଟିକ୍ଲ ୧୪୨ର ଉପଯୋଗ କରି ପେରାରୀଭଲନକୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୧ ମେ ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡୁରେ ଏକ ନିର୍ବାଚନୀ ସଭାରେ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ହତ୍ୟା କରାଯାଇଥିଲା। ଜନୈକା ମହିଳା ରାଜୀବଙ୍କୁ ପୁଷ୍ପମାଲ୍ୟାର୍ପଣ କରିବା ପରେ ବିସ୍ଫୋରଣ ହୋଇଥିଲା। ଫଳରେ ରାଜୀବଙ୍କ ସମେତ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜୀବ ହତ୍ୟା ମାମଲାରେ ମୋଟ ୪୧ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩ ଜଣ ଫେରାର ଥିଲେ। ମାମଲାର ବାକି ୨୬ ଅଭିଯୁକ୍ତ ଧରାପଡିଥିଲେ।

ଗିରଫ ଲୋକଙ୍କ ମଧ୍ୟରେ ଶ୍ରୀଲଙ୍କା ଓ ଭାରତୀୟ ନାଗରିକ ଥିଲେ। ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଭାକରଣ, ପୋଟ୍ଟୁ ଓମାନ ଓ ଅକିଲା ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଟାଡା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଦୀର୍ଘ ୭ ବର୍ଷଧରି ଚାଲିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରେ ଟାଡା କୋର୍ଟ ୨୮ ଜାନୁୟାରୀ ୧୯୯୮ରେ ୧ ହଜାର ପୃଷ୍ଠାର ରାୟ ଦେଇଥିଲେ। ଏଥିରେ ସମସ୍ତ ୨୬ ଜଣ ଜାକ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ।

ପରେ ଟାଡା କୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଟାଡା କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବାର ପ୍ରାବଧାନ ନଥିଲା। ଏଣୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ କୋର୍ଟଙ୍କ ୩ ଜଜ୍‌ଙ୍କ ବେଞ୍ଚ ଟାଡା କୋର୍ଟଙ୍କ ରାୟକୁ ଓଲଟାଇ ଦେଇଥିଲେ। ସୁପ୍ରିମକୋର୍ଟ ୨୬ ଦୋଷୀଙ୍କ ମଧ୍ୟରୁ ୧୯ ଜଣଙ୍କୁ ମୁକ୍ତ କରିଦେଇଥିଲେ। ତେବେ ୭ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ କାୟମ ରଖିଥିଲେ। ତେବେ ପରେ ସେମାନଙ୍କ ମୃତ୍ୟୁଦଣ୍ଡକୁ ବଦଳାଇ ଆଜୀବନ କାରାଦଣ୍ଡାଦେଶ କରାଯାଇଥିଲା।

   Related Posts