ବିଲକିସ୍ ବାନୋ ମାମଲା: ସୁପ୍ରିମକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିଲାନି ଗୁଜରାଟ ସରକାରଙ୍କ ଜବାବ, ଜାଣନ୍ତୁ ୧୧ ଦୋଷୀଙ୍କ ମୁକ୍ତି ସମ୍ପର୍କରେ କହିଛନ୍ତି କ’ଣ?

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଲୀ ୧୮।୧୦: ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କ ମୁକ୍ତି ନେଇ ସୁପ୍ରିମକୋର୍ଟଙ୍କୁ ଗୁଜରାଟ ସରକାର ଦେଇଥିବା ଜବାବ ସନ୍ତୁଷ୍ଟ କରିପାରିନି। ଏଣୁ କୋର୍ଟ ଜାହା ମଗା ଯାଇଥିଲା ତାହା ଦିଆଯାଇନି ବୋଲି କହିଛନ୍ତି, ତେବେ ସରକାରଙ୍କ ଜବାବ ବହୁତ ଓଜନଦାର ବୋଲି କହିଛନ୍ତି କୋର୍ଟ। ଅନେକ ମାମଲାର ନିଷ୍ପତ୍ତି ଉଲ୍ଲେଖ କରି ସରକାର ନିଜର ବକ୍ତବ୍ୟ ରଖିଛନ୍ତି। ତେବେ କୋର୍ଟ ମାମଲାର ଶୁଣାଣିକୁ ନଭେମ୍ବର ୮ ତାରିଖକୁ ଟାଳି ଦେଇଛନ୍ତି।

ମଙ୍ଗଳବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଲକିସ୍ ବାନୋ ଗଣ ଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କ ମୁକ୍ତିକୁ ଚାଲେଞ୍ଜ କରି ଦାଖଲ ପିଟିସନ ଉପରେ ଗୁଜରାଟ ସରକାରଙ୍କ ପ୍ରତିକ୍ରିୟା ରଖିଛନ୍ତି। କୋର୍ଟଙ୍କ ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ସି.ଟି.ରବିକୁମାରଙ୍କ ପୀଠ ସରକାରଙ୍କ ସବୁ ପକ୍ଷଙ୍କୁ ରାଜ୍ୟର ଜବାବି ସତ୍ୟପାଠ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଗୁଜରାଟ ସରକାର ୨୦୦୨ ଗୋଧ୍ରା ଦଙ୍ଗା କାଳରେ ବିଲକିସ ବାନୋଙ୍କ ପ୍ରତି ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କ ୧୧ ଦୋଷୀଙ୍କୁ ଦଣ୍ଡମୁକ୍ତ କରିଦେଇଥିଲେ। ଯେଉଁ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଜଶବନ୍ତ ନାଈ, ଗୋବିନ୍ଦ ନାଈ, ଶୈଳେଶ ଭଟ୍ଟ,ରାଧେଶ୍ୟାମ ଶାହ, ବିପିନ ଚନ୍ଦ୍ର ଜୋଶୀ, କେସରଭାଇ ବୋହାନିଆ, ପ୍ରଦୀପ ମୋର୍ଦ୍ଧିଆ, ବକାଭାଇ ବୋହନିଆ,ରାଜୁ ଭାଇ ସୋନି, ମିତେଶ ଭଟ୍ଟ ଓ ରମେଶ ଚନ୍ଦନା ଆଦି ଅଛନ୍ତି।

ଏହି ମାମଲାକୁ ନେଇ ପୂର୍ବତନ ସିପିଏମ ନେତା ସୁଭାସିନି ଅଲୀ, ସାମ୍ବାଦିକ ତଥା ଫିଲ୍ମ ନିର୍ମାତା ରେବତୀ ଲୌଲ, ପୂର୍ବତନ ପ୍ରଫେସର ତଥା କାର୍ଯ୍ୟକର୍ତ୍ତା ରୁପରେଖା ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟ ଅଗଷ୍ଟ ୨୫ ତାରିଖ ଦିନ ଗୁଜରାଟ ସରକାର ଓ ୧୧ ଦୋଷୀଙ୍କୁ ଜବାବ ତଲବ କରିଥିଲେ। ଏଥିରେ ଗୁଜରାଟ ସରକାର ଆଫିଡେଭିଟ ଦାଖଲ କରି ୧୯୯୨ ମୁକ୍ତି ନୀତି ଅନୁସାରେ ମାମଲାର ସମସ୍ତ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଦେବାପାଇଁ ନିଷ୍ପତ୍ତି ହୋଇଥିଲା ବୋଲି କହିଛନ୍ତି। କାରଣ ମାମଲାର ସମସ୍ତ ଦୋଷୀ ୧୪ ବର୍ଷ ଜେଲଦଣ୍ଡ ଭୋଗିସାରିଲେଣି। ଏହି କାଳରେ ସେମାନଙ୍କ ବ୍ୟବହାର ମଧ୍ୟ ଭଲ ଦେଖାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ସେମାନଙ୍କ ମୁକ୍ତିକୁ ମଞ୍ଜୁର କରିଥିଲେ ବୋଲି କହିଛନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.