oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଓମିକ୍ରନ: ସୋମବାରଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ହେବ ଭର୍ଚୁଆଲ ଶୁଣାଣି

2/01/2022 at 8:21 PM

ନୂଆଦିଲ୍ଲୀ ୨।୧:  ଜାତୀୟ ରାଜଧାନୀରେ କୋଭିଡ-୧୯ର ସଂକ୍ରମଣ ବେଗ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ୩ ଜାନୁୟାରୀରୁ ସୁପ୍ରିମକୋର୍ଟ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଭର୍ଚୁଆଲ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କୋରନାର ନୂଆ ଭାରିଏଣ୍ଟ ଓମିକ୍ରନର ୯୪ଟି ମାମଲା ମଧ୍ୟ ରହିଛି।

ରବିବାର ସାରା ଦେଶରେ ଓମିକ୍ରନର ମୋଟ ମାମଲା ସଂଖ୍ୟା ୧ ହଜାର ୫୨୫କୁ ପହଞ୍ଚିଛି। ଦେଶରେ ୨୩ଟି ରାଜ୍ୟରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣକୁ ନେଇ ଏବେ ଚିନ୍ତା ଉପୁଜିଛି। ତେବେ ଦେଶରେ ଓମିକ୍ରନର ଏପର୍ଯ୍ୟନ୍ତ ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ଏଠାରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ୪୬୦ ଜଣ ଚିହ୍ନଟ ହେଲେଣି। ମହାରାଷ୍ଟ୍ର ପଛକୁ ଦିଲ୍ଲୀ ରହିଥିବା ବେଳେ ଏଠାରେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୩୫୧କୁ ପହଞ୍ଚିଛି। ଯାହାକି ଚିନ୍ତାଜନକ କୁହାଯାଇଛି।

ଏହା ଛଡା ଦେଶରେ ଲଗାତାର କରୋନା ସଂକ୍ରମଣ ବଢିବଢି ଚାଲିଛି। ଶନିବାର ସାରା ଦେଶରେ ୨୨ହଜାର ୭୭୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ରବିବାର ଏହି ସଂଖ୍ୟା ୨୭ ହଜାର ୫୫୩କୁ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ୨୮୪ ଜଣଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଏବେ ଦେଶରେ ମୋଟ ଆକ୍ଟିଭ କେସ ସଂଖ୍ୟା ପୁଣି ଥରେ ୧ଲକ୍ଷ ୨୨ହଜାର ୮୦୧କୁ ପହଞ୍ଚିଛି। ଏଣୁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୨ ସପ୍ତାହ ପର୍ଯ୍ୟନ୍ତ ଭର୍ଚୁଆଲ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

   Related Posts