ସୁପ୍ରିମକୋର୍ଟରେ ଶୀଘ୍ର ହେଉଛି ଶୁଣାଣି, CJI ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦାୟିତ୍ବ ନେବା ପରେ ୬,୮୪୪ ମାମଲାର ସମାଧାନ
20/12/2022 at 8:56 AM

ନୂଆଦିଲ୍ଲୀ: ମାମଲା ସମାଧାନ କରିବାରେ ସୁପ୍ରିମକୋର୍ଟଙ୍କ ରେକର୍ଡ । ଗୋଟିଏ ମାସରେ ୬ହଜାରରୁ ଅଧିକ ମାମଲାର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ । ସେହିପରି ଗତ ସପ୍ତାହରେ ହଜାରେରୁ ଅଧିକ ମାମଲାରେ ଅଭିଯୁକ୍ତଙ୍କୁ ଜମିନ୍ ମିଳିଛି ।
ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଅଦାଲତ କାର୍ଯ୍ୟରେ ସ୍ପିଡ୍ ଆସିଛି । ନଭେମ୍ବର ୯ ତାରିଖରୁ ଡିସେମ୍ବର ୧୬ ତାରିଖ, ୧ମାସ ମଧ୍ୟରେ ଶୀର୍ଷ ଅଦାଲତରେ ୬ହଜାର ୮୪୪ଟି ମାମଲାର ଶୁଣାଣି କରିଛନ୍ତି । ସେହିପରି ୧,୧୬୩ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।
ଏହି ୧ମାସ ଭିତରେ ମୋଟ୍ ୫ହଜାର ୮୯୮ଟି କେସ୍ ଦାୟର ହୋଇଛି । ସିଜେଆଇ କାର୍ଯ୍ୟଭାର ସମ୍ଭାଳିବା ପରେ ନଭେମ୍ବର ୯ତାରିଖରେ ସବୁଠାରୁ ଅଧିକ ୨୭୭ଟି ମାମଲା ରୁଜୁ ହୋଇଥିଲା । ଅନ୍ୟପଟେ ଡିସେମ୍ବର ୧୨ତାରିଖରେ ସର୍ବାଧିକ ୩୮୪ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଜାମିନ୍ ଆବେଦନ ବ୍ୟତୀତ ୧,୩୫୩ ବୈବାହିକ ବିବାଦର ସମାଧାନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।
ସୁପ୍ରମକୋର୍ଟର ସମସ୍ତ ବେଞ୍ଚ ପ୍ରତିଦିନ ୧୦ ସ୍ଥାନାନ୍ତରଣ ମାମଲା ଓ ୧୦ ଜାମିନ ଆବେଦନର ଶୁଣାଣି କରିବା ନେଇ ସିଜେଆଇ ଚନ୍ଦ୍ରଚୂଡ଼ ଘୋଷଣା କରିଥିଲେ । ଏହା ସହିତ ହାଇକୋର୍ଟଙ୍କ ସମକକ୍ଷ ପଡିଥିବା ସମସ୍ତ ମାମଲର ଶୀତକାଳୀନ ଅବକାସରେ ଶୁଣାଣି ହେବ । ସିଜେଆଇ କହିଥିଲେ, ସୁପ୍ରିମକୋର୍ଟ ସ୍ଥାନାନ୍ତରଣ ମାମଲାର ଶୁଣାଣି ସହିତ ୧୦ ଜାମିନ୍ ପାଇଁ ଆବେଦନ ହୋଇଥିବା ଯାଚିକା ମଧ୍ୟ ବିଚାର କରିବେ । ଏଥିରେ ବ୍ୟକ୍ତିଗତ ସ୍ବଧୀନତା ପ୍ରଶ୍ନ ବି ରହିବ । ଜାମିନ୍ ଆବେଦନ ଯାଚିକାକୁ ବିଶେଷ ଭାବେ ପ୍ରାଥମିକତା ଦିଆଯିବ ବୋଲି ସିଜେଆଇ ନିର୍ଦ୍ଦେଶ ଦେଇଛନ୍ତି ।