ବିଜେଡି କାଉନସିଲରଙ୍କୁ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ, ସ୍ଥିତି ନିୟନ୍ତ୍ରଣ ବେଳେ ପୋଲିସ ଆହତ

Published By : Prameya-News7 Bureau | September 26, 2022 IST

ଭଦ୍ରକ: ବିଜେଡି କାଉନସିଲରଙ୍କୁ ସମର୍ଥକଙ୍କ ବିରୋଧ ଓ କଳାପତାକା ପ୍ରଦର୍ଶନ । ଏହି ସମୟରେ ଜୋତାଫିଙ୍ଗାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ବିରୋଧୀଙ୍କ  ଆକ୍ରମଣରେ କେତେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଭଦ୍ରକ ପୌରପାଳିକାର ୧୪ ନମ୍ବର ଓ୍ବାର୍ଡର କାଉନସିଲର ଭାବେ ଜଇରୁଦ୍ଦିନ ବିଜୟୀ ହୋଇଥିଲେ । କିନ୍ତୁ ପରବତ୍ତୀ ସମୟରେ ଜଇରୁଦ୍ଦିନ ବିଜେଡିରେ ଯୋଗଦେଇଥିଲେ । ଯାହାକୁ ନେଇ ତାଙ୍କର କିଛି ସମର୍ଥକ ଅସନ୍ତୁଷ୍ଟ ହୋଇଥିଲେ । ସୋମବାର ଜଇରୁଦ୍ଦିନ ବିଜେଡିର ଏକ ମିଟିଂରେ ଯୋଗଦେବାକୁ ବାଇକ ରାଲି କରି ଦଳୀୟ କର୍ମୀଙ୍କ ସହ  ଯାଉଥିବା ବେଳେ ଆକ୍ରମଣର ଶୀକାର ହୋଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.