oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

Mumbai High ନିକଟରେ ଅଗ୍ନିକାଣ୍ଡ, ଜାହାଜ ଇଞ୍ଜିନ ରୁମରେ ଲାଗିଛି ନିଆଁ, ଫଶି ରହିଛନ୍ତି ୩ କର୍ମଚାରୀ

13/02/2021 at 10:30 PM

ମୁମ୍ବାଇ ୧୩।୨: ମୁମ୍ବାଇ ହାଇସ୍ଥିତ ତୈଳ କ୍ଷେତ୍ର ନିକଟରେ ଶନିବାର ଏକ ସପ୍ଲାଇ ଜାହାଜ ନିଆଁ ଲଗିଯାଇଛି। ଫଳରେ ଜାହାଜର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଏବେବି ୩ ଜଣ ଇଞ୍ଜିନ ରୁମରେ ଫଶି ରହିଥିବାର ସୂଚନା ମିଳୁଛି।

ମୁମ୍ବାଇ ଉପକୂଳରୁ ପ୍ରାୟ ୯୨ ନଟିକାଲ ମାଇଲ ଦୂରରେ ଏହି ଦୁର୍ଘଟଣା ଘଟିଛି। ‘ରୋହିଣୀ’ ନାମକ ଏକ ଜାହାଜରେ ନିଆଁ ଲାଥିବାର ସୂଚନା ମିଳିଛି। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜାହାଜରେ ନିଆଁ ଲାଗିଥିଲା।  ମୁମ୍ବାଇ ହାଇ ଏନକ୍ୟୁକ୍ୟୁ ପ୍ଲାଟଫର୍ମ ନିକଟରେ ଘଟିଥିବା ଦୁର୍ଘଟଣା ସୂଚନା ପାଇ କଷ୍ଟଗାର୍ଡ ପହଞ୍ଚିଛି।   

ଜାହାଜ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ ଜଣେ ଆହତ କର୍ମଚାରୀଙ୍କୁ ନିଆଁରୁ ଉଦ୍ଧାର କରି ତୈଳ ଓ ପ୍ରାକୃତିକ ଗ୍ୟସ୍ (ଓଏନଜିସି) ହେଲିକପ୍ଟରରେ ମୁମ୍ବାଇ ହସ୍ପିଟାଲକୁ ପଠାଯାଇଛି। ତେବେ ସନ୍ଧ୍ୟା ସୁଧା ଜାହାଜରେ ଫଶି ରହିଥିବା ଅନ୍ୟ ୩ ଜଣ କ୍ରିୟୁ ମେମ୍ବରଙ୍କ ସନ୍ଧାନ ଜାରି ରହିଥିବା ଉଦ୍ଧାରକାରୀ ଦଳ ସୂଚିତ କରିଛନ୍ତି।

ଜହାଜରେ ନିଆଁ ଲାଗିଥିବାର ଜଣାପଡିବା ମାତ୍ରେ ନିକଟରେ ଥିବା ଅନ୍ୟ ଏକ ଜାହାଜ ‘ଏମଭି ଆଲବାଟ୍ରସ୍-୫’ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ସହାୟତା ଯୋଗାଇଦେଇଥିଲା। ତେବେ ଭାରତୀୟ ତଟରକ୍ଷୀ (ଆଇସିଜି) ପାଟ୍ରୋଲ ସିପ୍‌ ‘ସମର୍ଥ’ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ଏହା ଛଡା ଘଟଣା ସ୍ଥଳରେ ଜାହାଜରେ ନିଆଁ ଲାଗିବା ଯୋଗୁ ବ୍ୟାପିବାକୁ ଥିବା ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଏକ ପଲ୍ୟୁସନ କଣ୍ଟ୍ରୋଲ ଭିସେଲ ପହଞ୍ଚିଥିବା ବେଳେ ସମଗ୍ର ଘଟଣା ଉପରେ ନଜର ରଖିବାକୁ ଏକ ଡୋର୍ଣ୍ଣିୟର ବିମାନକୁ ମୁତୟନ କରାଯାଇଛି।

ଜାହାଜରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ଅନ୍ୟ ଏକ ସପ୍ଲାଇ ସିପ୍‌ ‘ପ୍ରିୟା-୨୭’ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ନିଆଁ ପ୍ରଥମେ ଜାହାଜର ଇଞ୍ଜିନ ରୁମରୁ ବାହାରିଥିଲା। ସେତେବେଳେ ସେଠାରେ ୩ ଜଣ କର୍ମଚାରୀ ଥିଲେ। ଏବେବି ଇଞ୍ଜିନ ରୁମରୁ ନିଆଁ ଲିଭି ନଥିବା ବେଳେ ଅତ୍ୟାଧିକ ଧାସ ଯୋଗୁ ପାଖ ଆଖକୁ ମଧ୍ୟ ଯାଇ ହେଉ ନଥିବା କୁହାଯାଇଛି। 

   Related Posts