ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ଦରକାର ଅନୁଯାୟୀ ଜିନିଷ କିଣନ୍ତୁ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | March 17, 2020 IST

ଭୁବନେଶ୍ବର ୧୭।୩: ବଜାରରେ ଅତି ଆବଶ୍ୟକ ସାମଗ୍ରୀର କଳାବଜାରୀ ଓ ବେଆଇନ୍ ହୋଡିଂ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ଅଧିକ ସଚେତନ ହେବା ଆବଶ୍ୟକ । ସରକାର ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାହାକୁ ମାନିଲେ ହଇରାଣ ହେବେନାହିଁ ।

ଅଧିକ ସାମଗ୍ରୀ କିଣାକିଣି କରିବା ମାନସିକତା ପରିହାର କରନ୍ତୁ । ଆବଶ୍ୟକତା ଅନୁସାରେ ଜିନିଷ କିଣନ୍ତୁ, ଅଧିକ ଜିନିଷ କିଣନ୍ତୁ ନାହିଁ । ଅତ୍ୟାବଶକୀୟ ସାମଗ୍ରୀ ନିଅଣ୍ଟିଆ ନାହିଁ । ବଜାରରେ ମହଜୁଦ ବହୁଳ ପରିମାଣର ସାମଗ୍ରୀ ମହଜୁଦ ରହିଛି ।

ସରକାର ସଚେତନ ଓ ସଜାଗ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ଗୁଜବକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆଗୁଆ ୩ ମାସର ପିଡିଏସ୍ ସାମଗ୍ରୀ ଦେବାକୁ ସରକାର ଯୋଜନା କରୁଛନ୍ତି । ପୂର୍ବରୁ ୩ ମାସ ଯାଏଁ ଆଗୁଆ ପିଡିଏସ୍ ସାମଗ୍ରୀ ଦେଇଥିଲୁ ।

ଅହେତୁକ ଭାବେ ମାସ୍କ ବ୍ୟବହାର ଦରକାର ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ୫ ଜଣରୁ ଅଧିକ ଭିଡ ଭିତରକୁ ଗଲେ ଦରକାର । ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ଗୁଜବକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭାବର କାରଣ ଲୋକଙ୍କ ଅଧିକ ଆବଶ୍ୟକତା। ସାନିଟାଇଜର ଓ ମାସ୍କ ଉତ୍ପାଦନ ଅଧିକ ମାତ୍ରାରେ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.