ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପିଆଜ ଲୁହ ବନ୍ଦ ହେଉନି, ଯୋଗାଣ ମନ୍ତ୍ରୀ କହିଲେ ମାସ ଶେଷ ଆଡକୁ ଦର କମିବ

9/12/2019 at 2:17 PM

ଭୁବନେଶ୍ବର ୯।୧: ଆକାଶ ଛୁଆଁ ପିଆଜ ଦର କମାଇବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଶହେ ଉପରେ ପିଆଜ ଦର ଥିବାରୁ କିଭଳି ଦର ନିୟନ୍ତ୍ରଣ କରାଯିବ ସେନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ଯୋଗାଣ ମନ୍ତ୍ରୀ । ବିଭାଗୀୟ ସଚିବଙ୍କ ସମେତ ଅନ୍ୟାନ ଅଧିକାରୀଙ୍କୁ ଡାକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପିଆଜ ଦର ନିୟନ୍ତ୍ରଣ କିଭଳି ହେବ ଏବଂ ବାହାରୁ ପିଆଜ କେତେ ଶୀଘ୍ର ଓଡ଼ିଶାରେ ପହଁଞ୍ଚିବ ସେନେଇ ଆଲୋଚନା କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ବିଦେଶରୁ ଯେଉଁ ପିଆଜ ଆସୁଛି ତାହା ବଜାର ଚାହିଦା ମେଣ୍ଟାଉ ନାହିଁ । ଦିନକୁ ସାରା ଦେଶରେ ୧୩ଲକ୍ଷ ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ଥିବାବେଳେ ବିଦେଶରୁ ମାତ୍ର ୧ଲକ୍ଷ ଟନ୍ ପିଆଜ ଆମଦାନୀ ହେଉଛି । ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁଆରୀ ପହିଲା ବେଳକୁ ନୂଆ ପିଆଜ ଆସିଲେ ବଜାର ଦର ନିୟନ୍ତ୍ରଣକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ପିଆଜ ଦର ନିୟନ୍ତ୍ରଣ ପାଇଁ ମନ୍ତ୍ରୀଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ତିନି ଦିନ ଭିତରେ ବାହାରୁ ପିଆଜ ଓଡ଼ିଶାରେ ପହଁଞ୍ଚିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୁର କହିଛନ୍ତି ।

ଅନ୍ୟପଟେ ବିଜେପି କହିଛି ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଖାଉଟୀ । ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ବିଜେପି ।

   Related Posts