ଜିଲ୍ଲାପାଳ ଓ ମିଲରମାନଙ୍କୁ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କଲେ ତାଗିଦ , ଛୋଟ ଓ କ୍ଷୁଦ୍ର ଚାଷୀଙ୍କୁ ଅଧିକ ରୁ ଅଧିକ ସାମିଲ କରିବାକୁ ପରାମର୍ଶ

Published By : Prameya-News7 Bureau | November 01, 2018 IST

ଭୁବନେଶ୍ଵର ;୧/୧୧- କେନ୍ଦ୍ରାଞ୍ଚଳ ମଣ୍ଡଳ ସ୍ତରୀୟ ଜିଲ୍ଲାପାଳ ସମ୍ମିଳନୀରେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ତାଗିଦ। କିଛି ଜିଲ୍ଲାପାଳ ଧାନ ସଂଗ୍ରହରେ ନିଜର ଦାୟିତ୍ୱ କୁ ସଠିକ ଭାବେ ନିର୍ବାହ କରୁନାହାନ୍ତି। ଖିଲାପୀ ମିଲରଙ୍କ ଵିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ  କି  ରିକଭରି କ୍ଷେତ୍ରରେ ଅବହେଳା କରୁଛନ୍ତି ।  କିଛି ମିଲର ଜାଣିଶୁଣି ଧାନ ନେଇ ଚାଉଳ ଫେରାଉନାହାନ୍ତି ।  ନିଜ କ୍ଷମତାକୁ ଉପଯୋଗ କରିବାରେ ଅଧିକାରୀ  ଫେଲ୍  ମାରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଛୋଟ ଓ କ୍ଷୁଦ୍ର ଚାଷୀ ଙ୍କୁ ଅଧିକ ରୁ ଅଧିକ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.