ଠିକାଦାର କ୍ୟାମ୍ପ୍‌ରେ ଦୁର୍ବୃତ୍ତଙ୍କ ଚୋରି ଉଦ୍ୟମ, ତୀର ମାଡରେ ସୁପରଭାଇଜର ଆହତ

Published By : Prameya-News7 Bureau | August 30, 2020 IST

ମୋରଡା ୩୦।୮: ମୟୁରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଭୋଳାଗଡିଆ ନିକଟରେ ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟ କ୍ୟାମ୍ପରେ ଶୁକ୍ରବାର କିଛି ଦୁର୍ବୃତ୍ତ ଚୋରୀ ଉଦ୍ୟମ କରଥିଲେ । ସେହି କ୍ୟାମ୍ପର ସୁପରଭାଇଜର ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ୍ କରିବା ସହିତ ତୀର ମାଡ କରିଥିବା ମୋରଡା ଥାନାରେ ଶନିବାର ଅଭିଯୋଗ ହୋଇଛି । ସୁପରଭାଇଜର ଜଣଙ୍କ ହେଲେ ଶୁଳିଆପଦା ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ରତନ କୁମାର ଗିରି । ତାଙ୍କ ବୟସ ୨୬ ବର୍ଷ ।

ଠିକାଦାରଙ୍କ କହିବା ଅନୁଯାୟୀ ଗତ ତା ୨୮/୦୮/୨୦୨୦ ରିଖ ଶୁକ୍ରବାର ରାତିରେ କ୍ୟାମ୍ପରେ କର୍ମଚାରୀମାନେ ଥିବା ସମୟରେ କିଛି ଦୁର୍ବୃତ୍ତ ମାରପିଟ୍ କରିବା ସହ ସୁପରଭାଇଜରଙ୍କୁ ତୀର ମାଡ଼ କରିଛନ୍ତି । ତୀରଟି ସୁପରଭାଇଜର ଡାହାଣ ହାତରେ ଲାଗିଥିଲା ଏବଂ ଦୁର୍ବୃତ୍ତମାନେ ସେଠାରୁ ପଳାଇ ଯାଇଥିଲେ । ସୁପରଭାଇଜର ତାଙ୍କର ମାଲିକ ରାଜେନ୍ଦ୍ର ଗୁପ୍ତାଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ସେ ରାତିରେ କ୍ୟାମ୍ପରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.