ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ରାଜ ; ସରକାରୀ ଡାକରାଖାନାରେ ରୋଗୀକୁ ଝଡ଼ାଫୁଙ୍କା

Published By : Prameya-News7 Bureau | June 02, 2018 IST

ବିଜ୍ଞାନର ଅଗ୍ରଗତି ଓ ସଚେତନ ସଚେତନତା ସ୍ୱତେ କେତେ ବେଳେ ଚେଙ୍କ ଚିକିତ୍ସା କରାଯାଇଛି ତ ଆଉ କେତେ ବେଳେ ତାନ୍ତ୍ରିକ ଉପରେ ଭରଷା କରି ରୋଗୀକୁ ମୃତ୍ୟୁ ମୁଖରେ ପକା ଯାଇଛି ! ହେଲେ ଚିକିତ୍ସାଳୟରେ ଝଡ଼ାଫୁଙ୍କା କରାଯିବ ଘଟଣା ଘଟିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ! ଗତ କାଲି ବିଳମ୍ବୀତ ରାତିରେ ସାପ କାମୁଡ଼ାରେ ଜଣେ ମହିଳା ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ତାଙ୍କ ବେଡ଼ ପାଖରେ ଜଣେ ଗୁଣିଆ ଆସି ଝଡ଼ାଫୁଂକା କରୁଥିବାର ଦେଖି ଅନେକ ଲୋକ ଚକିତ ହୋଇଥିଲେ ! ଛେଣ୍ଡିପଦା ଥାନା ଅଂଚଳର ଜଣେ ମହିଳା ବାଡ଼ିରେ ଗଦା ହୋଇଥିବା କେନ୍ଦୁ ପତ୍ର ବିଡା ଖୋଲୁ ଥିବା ବେଳେ ତାଙ୍କୁ ଏକ ନାଗ ସାପ କାମୁଡି ଦେଇଥିଲା ! ପ୍ରଥମେ ତାଙ୍କୁ ଛେଣ୍ଡିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ! ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ! ମହିଳାଙ୍କ ଅବସ୍ଥା ସଂକଟା ପର୍ଣ୍ଣ ହେବାରୁ ତାଙ୍କ ସ୍ୱାମୀ ଛେଣ୍ଡିପଦା ଅଂଚଳରୁ ଜଣେ ଗୁଣିଆ କୁ ଧରି ମେଡିକାଲ ପଂହଁଚି ଥିଲେ ! ଗୁଣିଆ ଜଣକ ମହିଳାଙ୍କ ବେଡ଼ ପାଖକୁ ଯାଇ ଅଧା ଘଣ୍ଟା ଧରି ଫୁଙ୍କାଝଡ଼ା କରିଥିଲେ ! ଅନଗୁଳର ସାପ ଉଦ୍ଧାର କାରି ଆଦିତ୍ୟ ବେହେରା ଏହା ଦେଖି ଗୁଣୁଆକୁ ପାଟି କରିବା ସହିତ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ! ତେବେ ହସ୍ପିଟାଲ କତ୍ତୃପକ୍ଷ ଆସିବା ବେଳକୁ ଗୁଣିଆ ଜଣକ ପଳାଇ ଯାଇଥିଲେ !ତେବେ ସାପ କାମୁଡିଥିବା ମହିଳାଙ୍କ ସ୍ୱାମୀ କହିବା ମୁତାବକ ଗୁଣିଆ ଜଣକ ବହୁ ସାପ କାମୁଡ଼ା ରୋଗୀକୁ ଭଲ କରିଛନ୍ତି ! ଏଥି ପାଇଁ ତାଙ୍କୁ ହସ୍ପିଟାଲ କୁ ନେଇ ଆସିଥିଲି ! ଅନ୍ୟ ପକ୍ଷରେ ଝଡ଼ା ଫୁଂକା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିଆ ମିଳିପାରିନାହିଁ !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.