Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

Superstar Singer 2: ୱିନର ହେଲେ ମହମ୍ମଦ ଫୈଜ୍‌, ଟ୍ରଫି ସହ ମିଳିଲା ୧୫ ଲକ୍ଷ ଟଙ୍କା

4/09/2022 at 7:47 AM

ମୁମ୍ଵାଇ ୦୪।୦୯: ସୋନି ଟିଭିର ପପୁଲା ମ୍ୟୁଜିକ୍ ରିଅଲିଟି ଶୋ ‘ସୁପରଷ୍ଟାର୍ ସିଙ୍ଗର ୨’। ଶନିବାର ଅର୍ଥାତ୍‌ ଗତକାଲି ରାତିରେ ଏହାର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଯାହା କଳ୍ପନା କରାଯାଉଥିଲା ସତ ହେଲା। ବର୍ତ୍ତମାନ ଏହି ଶୋ’ ବିଜେତା ମିଳିଯାଇଛି। ରାଜସ୍ଥାନର ଯୋଧପୁରର ମହମ୍ମଦ ଫୈଜ ଏହି ଟାଇଟଲ ଜିତିଛନ୍ତି। ମହମ୍ମଦ ଫୈଜ ସୁପରଷ୍ଟାର ସିଙ୍ଗର-୨ରେ ଜଷ୍ଟିନ୍‌ ବିବର ଭାବରେ ବେଶ୍‌ ଜଣାଶୁଣା । ତାଙ୍କର ଆକର୍ଷଣୀୟ ସ୍ଵର ପାଇଁ ହଜାର ହଜାର ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି।

ଗ୍ରାଣ୍ଡ ଫାଇନାଲରେ ପହଂଚିଥିବା ଟପ୍‌-୬ ଫାଇନାଲିଷ୍ଟରେ ଫୈଜ , ମଣି, ଆର୍ଯ୍ୟାନନ୍ଦ, ପ୍ରାନଜଲ, ରିତୁରାଜ ଏବଂ ସାୟିଶାଙ୍କୁ ହରାଇଛନ୍ତି। ଶୋ’ ବିଜେତା ମହମ୍ମଦ ଫୈଜ ଟ୍ରଫି ସହିତ ସେ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ମଧ୍ୟ ପାଇଥିଲେ। ମହମ୍ମଦ ଫୈଜ ପୂର୍ବରୁ ୨୦୧୮ ରେ ‘ଲଭ୍ ମି ଇଣ୍ଡିଆ କିଡ୍ସ’ ଏବଂ ‘ସରେଗାମା ପା ଲିଟିଲ୍ ଚାମ୍ପିଅନ୍’ ର ରନର୍ସ ଅପ୍ ହୋଇଥିଲେ।

ୱିନର ହେବା ପରେ ଏକ  ସ୍ଵତନ୍ତ୍ର ସାକ୍ଷାତକାରରେ ଫୈଜ କହିଥିଲେ କି, ଏହି ଟାଇଟଲ୍‌ ଜିତିଥିବାରୁ ସେ ବହୁତ ଖୁସି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ବିଶ୍ଵାସ କରିପାରୁ ନାହିଁ ମୋର ଏହି ଆଶ୍ଚର୍ଯ୍ୟନକ ଯାତ୍ରା ଶେଷ ହୋଇଛି । ସସମସ୍ତ ଜଜ୍‌ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି । ଆଗକୁ ମଧ୍ୟ ମିଳିବ । ଆମ ସମସ୍ତ ପରାମର୍ଶଦାତା ବହୁତ ସାହାଯ୍ୟ କରିଛନ୍ତି । ସେ ପିଲାଦିନରୁ ଭଗବାନ କୃଷ୍ଣଙ୍କୁର ପ୍ରିୟ । ଗୀତ ପ୍ରତି ରୁଚି ରଖୁଥିବା ବେଳେ ବହୁତ କଠିନ ପରିଶ୍ରମ କରିଛନ୍ତି । ଏହା ମଧ୍ୟ କହିଛନ୍ତି କି ସେ ଆଜି ଯଦି ସେ ବିଜେତା ହୋଇଛନ୍ତି ବାପା ମାଆଙ୍କ ଆର୍ଶୀବାଦ । ସମସ୍ତ ଶ୍ରେୟ ତାଙ୍କ ବାପା ମାଆଙ୍କୁ ହିଁ ଦେବେ ।

   Related Posts